Latest Odisha News

BREAKING NEWS

ଆସନ୍ତୁ ଜାଣିବା ଗତ ନିର୍ବାଚନର ଅଧିକ ଓ କମ ବ୍ୟବଧାନରେ କେଉଁମାନେ ବିଜୟ ହାସଲ କରିଥିଲେ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ଶେଷ ପର୍ଯ୍ୟାୟରେ ପଂହଚିଛି । ଅନ୍ତିମ ଚରଣର ମତଦାନ ଜୁନ ୧ରେ ହେବ । ଜୁନ ୪ରେ ୫୪୩ରୁ ୫୪୨ ସିଟର ପରିଣାମ ଘୋଷିତ ହେବ । ସୁରଟ ସିଟରେ ବିଜେପି ନିର୍ବିରୋଧରେ ବିଜୟ ହାସଲ କରିସାରିଛି । ବିଜେପି ସର୍ବାଧିକ ୩୦୩ ଓ କଂଗ୍ରେସ ୫୨ ସିଟରେ ବିଜୟ ହାସଲ କରିଥିଲା । ଗତ ନିର୍ବାଚନରେ ସବୁଠାରୁ କମ ବ୍ୟବଧାନରେ ଉତରପ୍ରଦେଶର ମଛଲିସହର ଲୋକସଭା ସିଟରେ ବିଜେପି ପ୍ରାର୍ଥୀ ବିପି ସରୋଜ ମାତ୍ର ୧୮୧ ଭୋଟରେ ଜିତିଥିଲେ । ସେହିପରି ଲକ୍ଷଦ୍ୱୀପ ସିଟରେ ଏନସିପିର ମହମ୍ମଦ ଫୈଜଲ ୮୨୩ ଭୋଟରେ ଜିତି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

୧୦୦୦ରୁ ୨୦୦୦ ମଧ୍ୟରେ ବ୍ୟବଧାନରେ ବିଜେପିର ୨ ଜଣ ଏବଂ ଟିଏମସି, କଂଗ୍ରେସ ଓ ଜେଡିୟୁର ଜଣେ ଜଣେ ପ୍ରାର୍ଥୀ ରହିଛନ୍ତି । ଆରାମବାଗ ସିଟରୁ ଅପରୂପା ପୋଦ୍ଦାର(ଟିଏମସି) ୧୧୪୨, ଆଣ୍ଡାମାନ ନିକୋବର ଦ୍ୱୀପପୁଂଜରୁ କଂଗ୍ରେସର କୂଲଦୀପ ଶର୍ମା ୧୪୦୭, ଝାରଖଣ୍ଡର ଖୁଂଟିରୁ ଅର୍ଜୁନ ମୁଣ୍ଡା (ବିଜେପି) ୧୪୪୫, ବିହାରର ଜହାନବାଦରୁ ଜେଡୁୟୁ ପ୍ରାର୍ଥୀ ଚନ୍ଦ୍ରେଶ୍ୱର ପ୍ରସାଦ ୧୭୫୧, କର୍ଣ୍ଣାଟକର ଚାମରାଜନଗରରୁ ବିଜେପିର ଶ୍ରୀନିବାସ ପ୍ରସାଦ ୧୮୧୭ ଭୋଟରେ ନିର୍ବାଚନ ଜିତିଥିଲେ ।

୨୦୦୦ରୁ ୫୦୦୦ ବ୍ୟବଧାନରେ ୭ଟି ସିଟରେ ପ୍ରାର୍ଥୀମାନେ ବିଜୟୀ ହୋଇଥିଲେ । ଏଥିରୁ ୨ଟି ସିଟ ବିଜେପି ଜିତିଥିବା ବେଳେ କଂଗ୍ରେସ, ଟିଡିପି, ୱାଇଏସଆର କଂଗ୍ରେସ, ଏଆଇଏମଆଇଏମ ଓ ବିସିକେର ଜଣେ ଜଣେ ପ୍ରାର୍ଥୀ ଜିତିଥିଲେ । ଓଡିଶାର କୋରାପୁଟରୁ କଂଗ୍ରେସର ସପ୍ତଗିରି ଉଲକା ୩୬୧୩ ଭୋଟରେ ବିଜେଡିର କୌଶଲ୍ୟ ହିକ୍କାଙ୍କୁ ହରାଇଥିଲେ ।

୫୦୦୦ରୁ ୧୦୦୦୦ ବ୍ୟବଧାନରେ ୧୫ ସିଟରେ ବିଭିନ୍ନ ଦଳରେ ପ୍ରାର୍ଥୀ ବିଜୟୀ ହୋଇଥିଲେ । ଏଥିରେ ବିଜେପି ୫ଟି ସିଟରେ ଏବଂ କଂଗ୍ରେସ ୩ ଓ ଟିଡିପି ୨ ସିଟରେ ବିଜୟୀ ହୋଇଥିଲା । ବିଏସପି, ବିଆରଏସ, ଏମଏନଏଫ ଓ ଜଣେ ସ୍ୱାଧୀନ ପ୍ରାର୍ଥୀ ଜିତିଥିଲେ । ଗତ ନିର୍ବାଚନରେ ସବୁଠାରୁ ବୃହତ ବ୍ୟବଧାନରେ ବିଜେପିର ୫ ପ୍ରାର୍ଥୀ ଜିତିଥିଲେ । ଗୁଜରାଟର ନବସାରୀ ସିଟରୁ ସିଆର ପାଟିଲ ୬୮୯୬୬୮, ହରିୟାଣାର କରବାଲାରୁ ସଞ୍ଜୟ ଭାଟିଆ ୬୫୬୧୪୨, ହରିୟାଣାର ଫରିଦାବାଦରୁ କୃଷ୍ଣ ପାଳ ୬୩୮୨୩୯, ରାଜସ୍ଥାନର ଭିଲୱାଡାରୁ ସୁବାସ ଚନ୍ଦ୍ର ବହୋରିଆ ୬୧୨୦୦୦ ଓ ଭଦୋଦରାରୁ ରଂଜନବେନ ଭଟ୍ଟ ୫୮୯୧୭୭ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିଲେ ।

Comments are closed.