Latest Odisha News

BREAKING NEWS

ବଢ଼ିଲା ଏଲପିଜି ସିଲିଣ୍ଡର ମୂଲ୍ୟ, ଜାଣନ୍ତୁ କେତେ ଟଙ୍କା ଅଧିକ ଦେବେ?

ନୂଆଦିଲ୍ଲୀ: ଆପଣ ଏଲପିଜି ସିଲିଣ୍ଡର ବ୍ୟବହାର କରୁଛନ୍ତି କି? ଯଦି ହଁ, ଏଣିକି ଗ୍ୟାସ ସିଲିଣ୍ଡର ପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ | କାରଣ ଏଲିପିଜି ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବଢିଛି | ଏହି ନୂତନ ଦର ଆଜିଠାରୁ ଲାଗୁହୋଇଥିବାବେଳେ ଏଣିକି ଗ୍ରାହକ ଅଧିକ ୫୦ ଟଙ୍କା ଦେବେ | ଏହି ନୂତନ ଦରବୃଦ୍ଧି ପରେ ଦେଶର ରାଜଧାନୀ ଦିଲ୍ଲୀରେ ୧୪ କିଲୋଗ୍ରାମ ଏଲପିଜି ସିଲିଣ୍ଡର ମୂଲ୍ୟ ୧୧୦୩ ଟଙ୍କାରେ ପହଂଚିଛି | ଯାହାର ଦାମ ପୂର୍ବରୁ ୧୦୫୩ ଟଙ୍କା ଥିଲା | ସେହିପରି ଦେଶର ଅନ୍ୟ ମହାନଗର ଯେପରିକି ମୁମ୍ବାଇରେ ଏଲପିଜି ସିଲିଣ୍ଡର ମୂଲ୍ୟ ପାଇଁ ଏଣିକି ଗ୍ରାହକଙ୍କୁ ୧୧୦୨ ଟଙ୍କା, କୋଲକାତାରେ ୧୧୨୯ ଟଙ୍କା, ଚେନ୍ନାଇରେ ୧୧୧୮ ଟଙ୍କା ଦେବାକୁ ପଡିବ | ତେବେ କେବଳ ୧୪ କିଲୋଗ୍ରାମ ଘରୋଇ ଏଲପିଜି ନୁହେଁ ବରଂ ୧୯ କିଲୋଗ୍ରାମର କମର୍ସିୟାଲ ସିଲିଣ୍ଡର ମୂଲ୍ୟ ମଧ୍ୟ ବଢିଛି |


କମର୍ସିୟାଲ ସିଲିଣ୍ଡର ଦାମ ୩୫୦ ଟଙ୍କା ବଢିଛି | କମର୍ସିୟାଲ ସିଲିଣ୍ଡର ମୂଲ୍ୟ ୩୫୦ ଟଙ୍କା ବଢିବା ପରେ ଏହା ହୋଟେଲ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଦେଇଛି | କମର୍ସିୟାଲ ସିଲିଣ୍ଡରର ନୂଆ ଦର ବାବଦରେ କହିବାକୁ ଗଲେ ଦିଲ୍ଲୀରେ ଏହାର ମୂଲ୍ୟ ଏବେ ୨୧୧୯ ଟଙ୍କାରେ ପହଂଚିଥିବାବେଳେ, ମୁମ୍ବାଇରେ ୨୦୭୧ ଟଙ୍କା, କୋଲକାତାରେ ୨୨୧୯ ଟଙ୍କା, ଚେନ୍ନାଇରେ ୨୨୬୭ ଟଙ୍କାରେ ପହଂଚିଛି | ଉଲ୍ଲେଖ ଥାଉ କି ଶେଷଥର ପାଇଁ ଗତ ଜୁଲାଇ ମାସରେ ଘରୋଇ ଗ୍ୟାସ ମୂଲ୍ୟ ବଢିଥିଲା | ଏହାପରେ ଯଦିଓ କମର୍ସିୟାଲ ସିଲିଣ୍ଡର ମୂଲ୍ୟ ବଢିଥିଲା କିନ୍ତୁ ଘରୋଇ ଗ୍ୟାସ ମୂଲ୍ୟ ବଢିନଥିଲା |

Leave A Reply

Your email address will not be published.