Latest Odisha News

ପାକିସ୍ତାନର କୋଟିପତି: ବ୍ୟୁରୋକ୍ରାଟଙ୍କ ଝିଅ ବାହାଘରରେ ଉପହାର ମିଳୁଛି ୭୨ କୋଟି ଟଙ୍କା

ଇସଲାମବାଦ: ପାକିସ୍ତାନ ଆର୍ଥିକ ସଙ୍କଟ ଦିନକୁ ଦିନ ଦୁର୍ବିସହ ହୋଇପଡୁଛି । ଦେଶରେ ଖାଦ୍ୟ ପାଇଁ ହାହାକାର । ଦରଦାମ ଆକାଶଛୁଆଁ ।  ଡାକ୍ତରଖାନାରେ ଔଷଧ କିଣିବାକୁ ଅର୍ଥର ଅଭାବ ।  ଚିକିତ୍ସା ଉପକରଣ କିଣିବା ଲାଗି ପାଖରେ ଅର୍ଥ ନାହିଁ । ସ୍ଥିତି ସୁଧାରିବା ପାଇଁ ରାଷ୍ଟ୍ରମୁଖ୍ୟ ଅନ୍ୟ ଦେଶ ଆଗରେ ହାତ ପତଉଛନ୍ତି । ହେଲେ ଏଠି ପାକିସ୍ତାନ ବ୍ୟୁରୋକ୍ରାଟଙ୍କୁ ଦେଖ । କି ରାଜକୀୟ ଜୀବନଶୈଳୀ ଏମାନଙ୍କର ! ଦେଶର ଏପରି ସ୍ଥିତିରେ ଜଣେ ବ୍ୟୁରୋକ୍ରାଟଙ୍କ ଝିଅର ବାହାଘରକୁ ନେଇ ଖୁବ ଚର୍ଚ୍ଚା । ପାକ ପ୍ରତିରକ୍ଷା ମନ୍ତ୍ରୀ  ମହମ୍ମଦ ଆସିଫଙ୍କ କହିବା ଅନୁଯାୟୀ, ଦେଶର ବ୍ୟୁରୋକ୍ରଟଙ୍କ ଝିଅର ବାହାଘରରେ ୭୨କେଟି  ପାକିସ୍ତାନୀ ରୁପି ଅର୍ଥାତ ୨୮ ଲକ୍ଷ ଡଲାର ଟଙ୍କା ଉପହାର ମିଳିଥିଲା । ଏହି ଟଙ୍କା ବିବାହ ଉତ୍ସବକୁ ଆସିଥିବା ଆମନ୍ତ୍ରିତ ଅତିଥିମାନେ ଉପହାର ଆକାରରେ ଦେଇଥିଲେ ।

ମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତିଯେ, ଏହି ବ୍ୟୁରୋକ୍ରାଟଙ୍କ ପ୍ରଥମ ଝିଅ ବାହାରରେ ୧.୨ ଅରବ ଟଙ୍କା ଅର୍ଥାତ ୭୬ କୋଟି ୧୩ ଲକ୍ଷ ଟଙ୍କା ମିଳିଥିଲା । ଏହି ବ୍ୟୁରୋକ୍ରାଟଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା । ହେଲେ ମନ୍ତ୍ରୀ ଉକ୍ତ ବ୍ୟୁରୋକ୍ରାଟଙ୍କ ନାଁ ପ୍ରକାଶ କରିନାହାନ୍ତି । କେବଳ ଏତିକି କହିଛନ୍ତି ସେ ଜଣେ ଗ୍ରେଡ ୨୧ର ବ୍ୟୁରୋକ୍ରାଟ । ଏହି ବାହାଘରକୁ ଯାଇଥିବା ଜଣେ ବ୍ୟକ୍ତି ଟଙ୍କା ଆଦାୟ ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କଠାରୁ ଶୁଣିଥିଲେ ଯେ, ବର୍ତ୍ତମାନ ସୁଦ୍ଧା ୭୨କୋଟି ଟଙ୍କା ମିଳିସାରିଲାଣି ।

ଏହି ବ୍ୟୁରୋକ୍ରାଟଙ୍‌କ ପ୍ରଥମ ଝିଅ ବାହାଘରରେ ଉପହାର ଆକାରରେ ୧.୨ ଅରବ ଡଲାର ମିଳିଥିଲା । ଏହି ଟଙ୍କାରେ ଗହଣା ଏବଂ ଗାଡିକୁ ସାମିଲ କରାଯାଇ ନାହିଁ । ଉକ୍ତ ବ୍ୟୁରୋକ୍ରାଟଙ୍କୁ ଝିଅ ବାହାଘରରେ ଏତେ ଟଙ୍କା ଉପହାର ଆକାରରେ ମିଳିବା ଘଟଣାକୁ ନେଇ କେହି କିଛି ପ୍ରଶ୍ନ ଉଠାଇନାହାନ୍ତି । ଏପରିକି ଏତେ ଟଙ୍କା କେଉଁଠୁ ଆସିଲା କେହି କେବେ  ପଚାରି ନାହାନ୍ତି । ସବୁଠାରୁ ଗୁୁରୁତ୍ୱ ପୂର୍ଣ୍ଣ କଥା ହେଉଛି, ପାକିସ୍ତାନ ପ୍ରତିରକ୍ଷା  ମନ୍ତ୍ରୀ ଏହି କଥା କୌଣସି ରାଲିରେ କହିନାହାନ୍ତି ବରଂ ସଂସଦରେ କହିଛନ୍ତି । ପାକିସ୍ତାନରେ ଆର୍ଥିକ ସଙ୍କଟ ଗୁରୁତର ହେବା ସହ ଧନୀ ଏବଂ ଗରିବଙ୍କ ଭିତରେ ତାରତମ୍ୟ କେତେ ଅଧିକ ତାହା ଏହି ଘଟଣାରୁ ସ୍ପଷ୍ଟ ହୁଏ ।

ବିରୋଧୀ ଦଳ ଜାମିଆ-ଏ-ମୁସଲିମର ମୁଖ୍ୟ ସିରାଜ ଉଲ ହକଙ୍କ କହିବା ଅନୁଯାୟୀ ଦେଶରେ ୧୮ ଜଣ କୋଟିପତିଙ୍କ ପାଖରେ ୪ ହଜାର ରବ ଡଲାର ବା ୪ ଲକ୍ଷ କୋଟି ଟଙ୍କା ରହିଛି ।ଏହି ୧୮ ଜଣ ଚାହିଁଲେ ଦେଶକୁ ଦେବାଳିଆ ହେବାରୁ ବଞ୍ଚାଇ ପାରିବେ ବୋଲି କହିଛନ୍ତି ସିରାଜ ଉଲ ହକ।

Leave A Reply

Your email address will not be published.