Latest Odisha News

BREAKING NEWS

ଗ୍ରୀସରେ ବଡଧରଣର ଟ୍ରେନ ଦୁର୍ଘଟଣା: ୨୬ ଜଣଙ୍କର ମୃତ୍ୟୁ, ବଢିପାରେ ମୃତକଙ୍କ ସଂଖ୍ୟା

ଏଥେନ୍ସ: ଗ୍ରୀସରେ ବିଳମ୍ବିତ ରାତିରେ ଏକ ବଡଧରଣର ଟ୍ରେନ ଦୁର୍ଘଟଣା ଘଟିଛି | ଏହି ଦୁର୍ଘଟଣାରେ ତାଜା ସୂଚନା ମୁତାବକ ୨୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବହୁ ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି | ତେବେ ବର୍ତ୍ତମାନ ବି ଟ୍ରେନ ବଗି ତଳେ ଅନେକ ଫସିରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି | ମିଳିଥିବା ସୂଚନା ମୁତାବକ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ୮୫ ଜଣଙ୍କୁ ଏବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି |

ରିପୋର୍ଟ ମୁତାବକ ଏକ ଯାତ୍ରୀବାହୀ ଟ୍ରେନ ଓ ମାଲବାହୀ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବାରୁ ଏହି ଦୁର୍ଘଟଣା ଘଟିଛି | ଯାତ୍ରୀବାହୀ ଟ୍ରେନ ଏଥେନ୍ସରୁ ଗ୍ରୀସର ସହର ଥେସାଲୋନିକିକୁ ଯାଉଥିବାବେଳେ ମାଲବାହୀ ଟ୍ରେନ ଥେସାଲୋନିକିରୁ ଲାରିସା ଅଭିମୁଖେ ଯାଉଥିଲା |

ତେବେ ଥିସଲି ଅଂଚଳରେ ଏହି ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା | ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ମୁହାଁମୁହିଁ ଧକ୍କା ହେବା ଫଳରେ ଯାତ୍ରୀବାହୀ ଟ୍ରେନରେ ନିଆଁ ଲାଗିଯିବା ସଙ୍ଗେ ବଗିଗୁଡିକ ଧାରଣାଚ୍ୟୁତ ହୋଇ ଓଲଟିପଡିଥିଲା | ବହୁ ସଂଖ୍ୟାରେ ଯାତ୍ରୀ ଟ୍ରେନ ବଗିତଳେ ଫସିରହିଥିଵାବେଳେ ସେମାନଙ୍କୁ ଉଦ୍ଧାର ପାଇଁ ଏବେ ସେନାକୁ ଡକାଯାଇଛି |

Leave A Reply

Your email address will not be published.