Latest Odisha News

BREAKING NEWS

ମହଙ୍ଗା ଉପରେ ମହଙ୍ଗା ମାଡ, ପୁଣି ବଢିବ ଗ୍ୟାସ ଦର

ଭୁବନେଶ୍ୱର: ମହଙ୍ଗା ଉପରେ ମହଙ୍ଗା ମାଡ । ପେସି ହେଉଛିନ୍ତି ସାଧାରଣ ଲୋକେ । ଲଗାତାର ଗ୍ୟାସ ଦର ବଢିଚାଲିଛି । ଗତ କିଛି ଦିନ ତଳେ କମର୍ସିଆଲ ଗ୍ୟାସ ଦର ବୃଦ୍ଧି ହୋଇଥିବା ବେଳେ ଏବେ ପୁଣି ଗ୍ୟାସ ଦର ବଢିପାରେ ବୋଲି ସୂଚନାରୁ ଜଣାପଡିଛି । LPG ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ହେବା ନେଇ ନିଷ୍ପତ୍ତି । ଏନେଇ ସୂଚନା ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ।

PMUY ହିତାଧିକାରୀ ଏଣିକି ୫ ଶହ ବଦଳରେ ୫୫୦ ଦେବେ । ସେହିପରି ଅନ୍ୟ ହିତାଧିକାରୀ ୮୦୩ ବଦଳରେ ୮୫୩ ଟଙ୍କା ଦେବେ । ତେବେ ଭୁବନେଶ୍ବରରେ ୮୨୯ ବଦଳରେ ୮୭୯ ଟଙ୍କା ଦେୟ ପଡ଼ିବ । ଗଣମାଧ୍ୟମକୁ ସମ୍ୱୋଧିତ କରି ହରଦୀପ ସିଂ ପୁରୀ କହିଛନ୍ତି, ଅନ୍ତର୍ଜାତୀୟ ବଜାରକୁ ନଜରରେ ରଖି ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ୫୦ ଟଙ୍କା ବୃଦ୍ଧି ହୋଇଛି । ଆଗାମୀ ଦିନରେ ଆମେ ଏହାର ସମୀକ୍ଷା କରିବୁ ।

ଗତ ବର୍ଷ ଅଗଷ୍ଟରେ ଶେଷଥର ଗ୍ୟାସ ସିଲିଣ୍ଡର ଦରରେ ପରିବର୍ତ୍ତନ ଘଟିଥିଲା । ଏହାପରଠୁ ରୋଷେଇ ଗ୍ୟାସ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନଥିଲା ।

 

Comments are closed.