ନୂଆଦିଲ୍ଲୀ: ଦେଶର ସାଧାରଣ ବଜେଟ୍ କିଛି ଘଣ୍ଟା ପରେ ଉପସ୍ଥାପନ ହେବ ଏବଂ ଏହାର ଠିକ୍ ପୂର୍ବରୁ ସାଧାରଣ ଲୋକଙ୍କୁ ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ ଆଶ୍ୱସ୍ତି ମିଳିଛି। ଏହି ହ୍ରାସିତ ମୂଲ୍ୟ ଶନିବାର ମଧ୍ୟରାତ୍ରିରୁ ଲାଗୁ ହୋଇଛି ଏବଂ ଫେବୃଆରୀ ୧ରୁ ଆପଣ କମ ମୂଲ୍ୟରେ ଗ୍ୟାସ ସିଲିଣ୍ଡର ପାଇପାରିବେ। ୧୯ କେଜି ଗ୍ୟାସ୍ ସିଲିଣ୍ଡର ପିଛା ୭ ଟଙ୍କାକୁ କମିଲା।
ଦିଲ୍ଲୀରେ ୧୯ କେଜି ଗ୍ୟାସ୍ ସିଲିଣ୍ଡର ଦର ୧୭୯୭ ଟଙ୍କା ରହିଛି। ପୂର୍ବରୁ ଏହା ୧୮୦୪ ଟଙ୍କାରେ ଉପଲବ୍ଧ ଥିଲା। ସେହିପରି ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଇଣ୍ଡିଆନ ଅଏଲ୍ର ୱେବସାଇଟ ଅନୁଯାୟୀ, ଫେବୃଆରୀ ୧ରୁ ଜାତୀୟ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମର କମର୍ସିଆଲ୍ ଗ୍ୟାସ ସିଲିଣ୍ଡର ୧୮୦୪ ଟଙ୍କା ପରିବର୍ତ୍ତେ ୧୭୯୭ ଟଙ୍କାରେ ଉପଲବ୍ଧ ହେବ।
ସେହିପରି କୋଲକାତାରେ ୧୯୧୧ ଟଙ୍କା ପରିବର୍ତ୍ତେ ୧୯୦୭ ଟଙ୍କାରେ ଉପଲବ୍ଧ ହେବ। ମୁମ୍ବାଇରେ ୧,୭୫୬ ଟଙ୍କାରୁ ହ୍ରାସ ପାଇ ୧୭୪୯.୫୦ ଟଙ୍କା ହୋଇଛି। ଚେନ୍ନାଇରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧,୯୫୯.୫୦ ଟଙ୍କାକୁ ବୃଦ୍ଧି ପାଇଛି।
ଗତ ମାସରେ ହିଁ ଇଣ୍ଡିଆନ ଅଏଲ କର୍ପୋରେସନ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୪.୫ ଟଙ୍କା ହ୍ରାସ କରିଥିଲା।
Comments are closed.