Latest Odisha News

ବିରୋଧୀଙ୍କ ନାରାବାଜି ଉପରେ ରୋକ, କଡା ନିୟମ ଆଣିଲେ ବାଚସ୍ପତି

ନୂଆଦିଲ୍ଲୀ: ଏଣିକି ସଂସଦରେ ଶୁଭିବନି ବିରୋଧୀଙ୍କ ନାରାବାଜି । ବାଚସ୍ପତି ଓମ୍ ବିର୍ଲା ଲାଗୁ କଲେ କଡା ନିୟମ । କିଛି ସାଂସଦ ଲୋକସଭା ସଦସ୍ୟ ଭାବରେ ଶପଥ ସମୟରେ ଦେଇଥିବା ସ୍ଲୋଗାନକୁ ନେଇ କିଛି ଏମିତି ନିଷ୍ପତ୍ତି ନେଇଛନ୍ତି ବାଚସ୍ପତି । ଏନେଇ ବାଚସ୍ପତି ଓମ ବିର୍ଲା ଏକ ନୂତନ ଧାରା ଯୋଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ ଜଣେ ସଦସ୍ୟ କୌଣସି ଅସଂସଦୀୟ ଶବ୍ଦ କିମ୍ବା ଅଭିବ୍ୟକ୍ତିକୁ ଉପସର୍ଗ କିମ୍ବା ପ୍ରତ୍ୟୟ ଭାବରେ ଗୃହ ମଧ୍ୟରେ ବ୍ୟବହାର କରିପାରିବେ ନାହିଁ।

ଗୃହର କାର୍ଯ୍ୟକାରିତା ସମ୍ବନ୍ଧୀୟ କେତେକ ବିଷୟକୁ ନିୟନ୍ତ୍ରଣ କରିବା ପାଇଁ ଓମ ବିର୍ଲା ‘ବାଚସ୍ପତିଙ୍କ ନିର୍ଦ୍ଦେଶନାମା’ର ‘ନିର୍ଦ୍ଦେଶନା ୧’ ରେ ସଂଶୋଧନ କରି ଏଥିରେ ନୂଆ ଧାରା ଯୋଡିଛନ୍ତି । ଏଥିରେ ଥିବା ଧାରା (୨) ପରେ ଏକ ନୂତନ ଧାରା (୩) ଅନ୍ତର୍ଭୁକ୍ତ କରାଯାଇଛି । ଏହା ଧାରା ଅନୁଯାୟୀ ଗୃହର ସଦସ୍ୟମାନେ ଶପଥ ନେବା ସମୟରେ କୌଣସି ଅସଂସଦୀୟ ଶଦ୍ଦ କିମ୍ବା ସ୍ଲୋଗାନ ବ୍ୟବହାର କରିପାରିବେ ନାହିଁ।

ଗତ ସପ୍ତାହରେ ଶପଥ ଗ୍ରହଣ କରୁଥିବାବେଳେ କିଛି ସଦସ୍ୟ ‘ଜୟ ସମ୍ବିଧାନ’ ଏବଂ ‘ଜୟ ହିନ୍ଦୁ ରାଷ୍ଟ୍ର’ ଭଳି ଅନେକ ନାରାବାଜି ଦେଇଥିଲେ। ଖାଲି ସେତିକି ନୁହେଁ, ଏଆଇଏମଆଇଏମ ଏମପି ଅସଦୁଦ୍ଦିନ ଓୱାଇସି ‘ଜୟ ପାଲେଷ୍ଟାଇନ’ର ସ୍ଲୋଗାନ ମଧ୍ୟ ଉଠାଇଥିଲେ। ଯାହାକୁ ନେଇ ସରଗରମ ହୋଇଥିଲ ଦେଶ ରାଜନୀତି । ଯେଉଁଥିରେ ଅନେକ ସଦସ୍ୟ ଏହାକୁ ବିରୋଧ କରିଥିଲେ। ତା’ପରେ ବାଚସ୍ପତି ସଦସ୍ୟମାନଙ୍କୁ ଶପଥର ନିର୍ଦ୍ଧାରିତ ଫର୍ମାଟ ଅନୁସରଣ କରିବାକୁ ଅନୁରୋଧ କରିଥିଲେ, କିନ୍ତୁ କେହି ଏହାକୁ ଅନୁସରଣ କରି ନ ଥିଲେ। ଯାହାକୁ ଦୃଷ୍ଟିରେ ରଖି ଏହାକୁ ସଂଶୋଧନ କରାଯାଇ ନୂଆ ଫର୍ମାଟ ଯୋଡା ଯାଇଛି । ଯେଉଁଥିରେ ଗୃହର ସଦସ୍ୟମାନେ ଶପଥ ନେବା ସମୟରେ କୌଣସି ଅସଂସଦୀୟ ଶଦ୍ଦ କିମ୍ବା ସ୍ଲୋଗାନ ବ୍ୟବହାର କରିପାରିବେ ନାହିଁ।

Leave A Reply

Your email address will not be published.