Latest Odisha News

ସାମୀଙ୍କୁ ନେଇ ଗୋୟନକାଙ୍କ ପୋଷ୍ଟ ଭାଇରାଲ

ଲକ୍ଷ୍ନୌ:ଆଇପିଏଲ ୨୦୨୬ ପୂର୍ବରୁ ଲକ୍ଷ୍ନୌ ସୁପର ଜ୍ୟାଂଟସ ଅଭିଜ୍ଞ ପେସ ବୋଲର ମହମ୍ମଦ ସାମୀଙ୍କୁ ଦଳରେ ନେଇଛି । ସନରାଇଜର୍ସ ହାଇଦ୍ରାବାଦରୁ ଟ୍ରେଡ କରି ଲକ୍ଷ୍ନୌ ସାମୀଙ୍କୁ ଆଣିଛି । ଗତ ମେଗା ନିଲାମରେ ହାଇଦ୍ରାବାଦ ୧୦ କୋଟିରେ ସାମୀଙ୍କୁ ନେଇଥିଲା । ଏବେ ସେ ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ପକ୍ଷରୁ ଖେଳିବେ । ସାମୀ ଦଳରେ ସାମିଲ ହେବା ନେଇ ଲକ୍ଷ୍ନୌ ଟିମ ମାଲିକ ସଞ୍ଜୀବ ଗୋୟନକା ବେଶ ଖୁସୀ ଅଛନ୍ତିି । ସେ ଏଥିନେଇ ପୋଷ୍ଟ କରିଛନ୍ତି ଯେ, ମୁସ୍କୁରାଇଏ ଆପ ଲକ୍ଷ୍ନୌ ମେଁ ହେ । ସୁପର ଜ୍ୟାଂଟସ ଆପଣଙ୍କୁ ସ୍ୱାଗତ କରୁଛି । ଏହି ପୋଷ୍ଟ ଭାଇରାଲ ହୋଇଛି ।

ଅବଶ୍ୟ କେତେକ ୟୁଜର୍ସ ଗୋୟନକାଙ୍କୁ ଟାର୍ଗେଟ କରି କମେଂଟ ଦେଇଛନ୍ତ । ଜଣେ ଲେଖିଛନ୍ତି, ଆପଣ କଣ ତାଙ୍କୁ ହସିବାକୁ ଦେବେ । ସାମୀ ୨୦୧୩ରେ ଆଇପିଏଲରେ ପଦାର୍ପଣ କରିଥିଲେ । ସେ ଏହା ମଧ୍ୟରେ ୫ଟି ଭିନ୍ନ ଭିନ୍ନ ଫ୍ରାଂଚାଇଜ ପକ୍ଷରୁ ଖେଳିଛନ୍ତି । ୨୦୨୩ରେ ସାମୀଙ୍କ ପ୍ରଦର୍ଶନ ବଳରେ ଗୁଜରାଟ ଟାଇଟାନ୍ସ ଟାଇଟଲ ହାସଲ କରିବାରେ ସଫଳ ହୋଇଥିଲା । ସେ ୨୦ ୱିକେଟ ନେଇଥିଲେ । ସାମୀଙ୍କ ଉପସ୍ଥିତି ଲକ୍ଷ୍ନୌକୁ ଫାଇଦାରେ ରଖିବ ବୋଲି ଅନୁମାନ କରାଯାଉଛି ।

Comments are closed.