କୋଲକାତା: ଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ରିଙ୍କୁ ସିଂଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ୱେ ଏଠାରେ ଅନୁଷ୍ଠିତ ହାଇସ୍କୋରିଂ ଆଇପିଏଲ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସ ୪ ରନରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ନିକଟରୁ ପରାଜିତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୨୦ ଓଭରରେ ୩ ୱିକେଟ ହରାଇ ୨୩୮ ରନର ବିଶାଳ ସ୍କୋର କରିଥିଲା । ଆଇଡେନ ମାର୍କରାମ ୨୮ ବଲରେ ୪୭, ମିଚେଲ ମାର୍ଶ ୪୮ ବଲରେ ୮୧ ଓ ନିକୋଲଦ ପୂରନ ୩୬ ବଲରେ ୮୭ ରନ କରି ଅପରାଜିତ ରହିଥିଲେ । ହର୍ଷିତ ରାଣା ୨ଟି ୱିକେଟ ଅକ୍ତିଆର କରିଥିଲେ । ଜବାବରେ କେକେଆର ୨୦ ଓଭରରେ ୭ ୱିକେଟ ହରାଇ ୨୩୪ ରନ କରିବାକୁ ସକ୍ଷମ ହୋଇଥିଲା ।
ରାହାଣେ ୩୫ ବଲରୁ ୬୧ ଓ ରିଙ୍କୁ ସିଂ ୧୫ ବଲରେ ୩୮ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭେଙ୍କେଟେଶ ଆୟାର ୨୯ ବଲରେ ୪୫ ରନ କରିଥିଲେ । ଆକାଶଦୀପ ଓ ଶାର୍ଦ୍ଦୁଳ ଠାକୁର ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଶେଷ ଓଭରରେ କେକେଆର ବିଜୟ ପାଇଁ ୨୪ ରନ ଆବଶ୍ୟକ କରୁଥିଲା । ହର୍ଷିତ ରାଣା ପ୍ରଥମ ବଲରେ ଚୌକା ମାରିଥିଲେ । ଦ୍ୱିତୀୟ ବଲ ଡଟ ଏବଂ ତୃତୀୟ ବଲରେ ୧ ରନ କରିଥିଲେ । ଶେଷ ୩ଟି ବଲରେ ଦଳ ୩ଟି ଛକା ଆବଶ୍ୟକ କରୁଥିଲା । ରିଙ୍କୁ ୨ଟି ଚୌକା ଓ ଗୋଟିଏ ଛକା ମାରିବାକୁ ସକ୍ଷମ ହୋଇଥିଲେ । କେକେଆର ୫ ମ୍ୟାଚରେ ୪ ପଂଏଟ ସହ ଷଷ୍ଠ ସ୍ଥାନରେ ରହିଛି । ଲକ୍ଷ୍ନୌ ୫ ମ୍ୟାଚରୁ ୬ ପଂଏଟ ହାସଲ କରି ୪ର୍ଥ ସ୍ଥାନରେ ରହିଛି ।
Comments are closed.