ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି ଆଜି ଭାରତୀୟ ସେନାର ଉପମୁଖ୍ୟ ଭାବେ ଦାୟିତ୍ବ ନେଇଛନ୍ତି । ୪୨ତମ ଭାଇସ୍ ଚିଫ୍ ଆର୍ମୀ ଭାବେ ଏହି ଦାୟିତ୍ୱ ନେଇଛନ୍ତି । ପୂର୍ବରୁ ଲେଫ୍ଟନାଣ୍ଟ ଜେନେରାଲ ଏସ୍ କେ ସାଇନି ଏହି ଦାୟିତ୍ୱରେ ଥିଲେ ।
ପୂର୍ବରୁ ଲେଫ୍ଟନାଣ୍ଟ ମହାନ୍ତି ଭାରତୀୟ ସେନାରେ ବହୁ ଗୁରୁତ୍ବପୂର୍ଣ୍ଣ ମିଶନର ନେତୃତ୍ବ ନେଇଛନ୍ତି । ପାକିସ୍ତାନ ସୀମା ହେଉ ଅବା ଚୀନ ସୀମା ସବୁଠି ଦକ୍ଷତାର ପ୍ରମାଣ ଦେଖାଇଛନ୍ତି । ଆସାମକୁ ଉଲଫା କବଳରୁ ମୁକ୍ତ କରି ଶାନ୍ତି ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ରହିଛି । ୩୮ ବର୍ଷ ଧରି ଭାରତୀୟ ସେନାରେ କାମ କରିଆସୁଛନ୍ତି ।
୧୯୮୨ ବ୍ୟାଚ ରାଜପୁତ୍ ରେଜିମେଣ୍ଟ ପଦାତିକ ବାହିନୀର ଅଧିକାରୀ ଲେଫ୍ଟନାଣ୍ଟ ମହାନ୍ତି ଜଗତସିଂହପୁରର ଏକ ଉଚ୍ଚ ଶିକ୍ଷିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ।
Comments are closed.