Latest Odisha News

ବୃଦ୍ଧାଙ୍କ ବେକରୁ ଲୁଟେରା ଝାମ୍ପି ନେଲେ ସୁନା ଚେନ୍‌

ବାଲିପାଟଣା: ବୃଦ୍ଧାଙ୍କ ବେକରୁ ଲୁଟେରା ଝାମ୍ପି ନେଇଛନ୍ତି ସୁନା ଚେନ୍‌ । ବାଲିଅନ୍ତା ଥାନା ବାଳକାଟିରେ ଘଟିଛି ଏହି ଘଟଣା । ବାଳକାଟି ଥାନାରେ ଲୁଟ୍‌ ଘଟଣା ନେଇ ମାମଲା ଅଭିଯୋଗ ହୋଇଛି ।

ଖବର ଅନୁଯାୟୀ, ବାଲିଅନ୍ତା ଥାନା ନବାଟି ଗାଁର ଅନୁପମା ମହାପାତ୍ର ଏବଂ ତାଙ୍କ ପୁଅ ପେନ୍‌ସନ୍‌ ଟଙ୍କା ଆଣିବା ପାଇଁ ଭୁବନେଶ୍ୱର ଯାଉଥିଲେ । ବାଳକାଟି ପେଟ୍ରୋଲ ପମ୍ପରେ ବାଇକ୍‌ରେ ତେଲ  ପକାଇବା ଯାଇଥିଲେ । ହଠାତ୍‌ ଏହି ସମୟରେ ୨ ଜଣ ଲୁଟେରା ବାଇକ୍‌ରେ ଆସି ବୃଦ୍ଧାଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଇଥିଲେ । ନିକଟରେ ଥିବା ଜଣେ ଅଟୋ ଚାଳକ ୨ଜଣ ଲୁଟେରାଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଯାହାର ଦୃଶ୍ୟ ନିକଟରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ତେବେ ଲୁଟ୍‌ ନେଇ ବାଳକାଟି ଫାଣ୍ଡିରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ଅନୁପମା ।  

Leave A Reply

Your email address will not be published.