Latest Odisha News

BREAKING NEWS

ମହାପ୍ରଭୁଙ୍କୁ ଦର୍ଶନ କଲେ ନବ ନିଯୁକ୍ତ ସେନା ଉପମୁଖ୍ୟ ଲେଫ୍ଟେନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତି

ପୁରୀ: ଓଡ଼ିଶା ଗସ୍ତରେ ଆସିଥିବା ଭାରତୀୟ ସେନାର ନବ ନିଯୁକ୍ତ ଉପମୁଖ୍ୟ (ଭାଇର୍ସ ଚିଫ୍) ଲେଫ୍ଟେନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତି ଆଜି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । କୋଭିଡ୍ ନେଗେଟିଭ ପ୍ରମାଣପତ୍ର ଧରି ସାଧାରଣ ଭକ୍ତଙ୍କ ପରି ସପରିବାର ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯିବା ସହ ମନ୍ଦିର ପାଛୋଟି ନିଆଯାଇଥିଲା । ରତ୍ନବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ବେଢା ପରିକ୍ରମା ଓ ବିଭିନ୍ନ ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିଥିଲ୍ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତି । ନବ ନିଯୁକ୍ତ ସେନା ଉପମୁଖ୍ୟ ଚଣ୍ଡି ପ୍ରସାଦ ମହାନ୍ତି କହିଛନ୍ତି କାର୍ଯ୍ୟଭାର ଗ୍ରହଣ ପୂର୍ବରୁ ସେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । ପ୍ରଭୁଙ୍କ ପାଖରେ ନିଜକୁ ସମର୍ପି ଦେଇଛନ୍ତି ।

Leave A Reply

Your email address will not be published.