Latest Odisha News

BREAKING NEWS

କେତେ ସମୟ ପତ୍ନୀଙ୍କୁ ଦେଖିବ, ୯୦ ଘଣ୍ଟା କାମ କର; ଏଲ୍ ଆଣ୍ଡ ଟି ଅଧ୍ୟକ୍ଷଙ୍କୁ ଜୋରଦାର ଟ୍ରୋଲ୍

ନୂଆଦିଲ୍ଲୀ: ଏଲ୍ ଆଣ୍ଡ ଟି ଅଧ୍ୟକ୍ଷ ଏସ୍ ଏନ୍ ସୁବ୍ରହ୍ମଣ୍ୟମ୍ ସପ୍ତାହକୁ ୯୦ ଘଣ୍ଟା କାମ କରିବାକୁ ପରାମର୍ଶ ଦେଇ ସୋସିଆଲ ମିଡିଆରେ ଟ୍ରୋଲ୍ ହେବାରେ ଲାଗିଛନ୍ତି। ଫିଲ୍ମ ଜଗତରୁ ଆରମ୍ଭ କରି ବ୍ୟବସାୟ ଜଗତ ପର୍ଯ୍ୟନ୍ତ ବଡ଼ ବଡ଼ ବ୍ୟକ୍ତି ତାଙ୍କୁ ସମାଲୋଚନା କରିବାକୁ ମଧ୍ଯ ପଛାଇନାହାନ୍ତି। ଏବେ ଏହି ପ୍ରସଙ୍ଗରେ କମ୍ପାନୀ ପକ୍ଷରୁ ଏକ ସ୍ପଷ୍ଟୀକରଣ ମଧ୍ୟ ଜାରି କରାଯାଇଛି।

ଏଲ୍ ଆଣ୍ଡ ଟି ଅଧ୍ୟକ୍ଷଙ୍କ ଏକ ଭିଡିଓ କନଫରେନ୍ସ ଜରିଆରେ କର୍ମଚାରୀମାନଙ୍କୁ ପରାମର୍ଶ ଦେବାକୁ ଯାଇ କହିଥିଲେ ସପ୍ତାହରେ ୯୦ ଘଣ୍ଟା କାମ କରିବାକୁ ପରାମର୍ଶ ଦେଇଥିଲେ। ଖାଲି ଏତିକି ନୁହେଁ ସେ କର୍ମଚାରୀମାନଙ୍କୁ ଆହୁରି ମଧ୍ୟ କହିଥିଲେ, ‘ତୁମେ ଘରେ ରହି କେତେ ସମୟ ତୁମର ସ୍ତ୍ରୀକୁ ଚାହିଁ ରହିବ, ଘରେ କମ୍ ରୁହ ଏବଂ ଅଫିସରେ ଅଧିକ କାମ କରିବା ସହ ଅଧିକ ସମୟ ବିତାଇବା ଉଚିତ୍। ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହା ପରେ ସୋସିଆଲ ମିଡିଆରେ ତାଙ୍କୁ ଖୁବ୍ ଟ୍ରୋଲ୍ କରାଯାଇଥିଲା।

ତେବେ ଆରପିଜି ଏଣ୍ଟରପ୍ରାଇଜେସର ଅଧ୍ୟକ୍ଷ ତଥା କୋଟିପତି ହର୍ଷ ଗୋଏଙ୍କା ମଧ୍ଯ ୯୦ ଘଣ୍ଟା କାମ କରିବାକୁ ନେଇ ସୋସିଆଲ ମିଡିଆରେ କମେଣ୍ଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଟେକ୍ କମ୍ପାନୀ ଇନଫୋସିସର ସହ-ପ୍ରତିଷ୍ଠାତା ଦିନକୁ ୭୦ ଘଣ୍ଟା କାମ କରିବାକୁ ପରାମର୍ଶ ଦେଇଥିଲେ। ସେସମୟରେ ଏହା ଦେଶରେ ଏକ ପ୍ରମୁଖ ବିତର୍କ ପ୍ରସଙ୍ଗ ପାଲଟିଥିଲା। ସେହିପରି ଏକ ସମାନ ପରିସ୍ଥିତି ମଧ୍ୟ ଦେଖାଯାଉଛି।

 

Comments are closed.