Latest Odisha News

BREAKING NEWS

ଏଲଟିଟିଇ ପ୍ରମୁଖ ପ୍ରଭାକରନ ଜୀବିତ !

କଲମ୍ବୋ: ତାମିଲନାଡୁର ପୂର୍ବତନ କଂଗ୍ରେସ ନେତା ତଥା ୱାର୍ଲ୍ଡ କନଫେରେନ୍ସ ଅଫ ତାମିଲର ଅଧ୍ୟକ୍ଷ ପାଝା ନେଦୁମାରନ ସୋମବାର ଏଲଟିଟିଇ ପ୍ରମୁଖ ବେଲୁପିଲ୍ଲାଇ ପ୍ରଭାକରନ ଜୀବିତ ଅଛନ୍ତି ବୋଲି କହି ହଇଚଇ ସୃଷ୍ଟି କରିଛନ୍ତି । ସେ ଜୀବିତ ଓ ସୁସ୍ଥ ଅଛନ୍ତି ଏବଂ ଖୁବ ଶୀଘ୍ର ସମସ୍ତଙ୍କ ସମ୍ମୁଖକୁ ଆସିବେ ବୋଲି କହିଛନ୍ତି । ତାଙ୍କ ମୃତ୍ୟୁ ନେଇ ଉଠିଥିବା ଗୁଜବ ଉପର ପରଦା ଉଠିବ । ୧୮ ମେ ୨୦୦୯ରେ ଶ୍ରୀଲଙ୍କା ସରକାର ପ୍ରଭାକରନଙ୍କୁ ମୃତ ଘୋଷିତ କରିଥିଲା । ଶ୍ରୀଲଙ୍କାର ଉତରାଂଚଳରେ ସେନା ଏବଂ ଏଲଟିଟିଇ ସଂଘର୍ଷରେ ସେ ମୃତ୍ୟୁବରଣ କରିଥିଲେ । ସପ୍ତାହ ପରେ ଏଲଟିଟିଇ ପ୍ରବକ୍ତା ସେଲଭାରାସା ପଥ୍ୟନାଥାନ ଏହାର ପୃଷ୍ଟି କରିଥିଲେ । ୨ ସପ୍ତାହ ପରେ ଡିଏନଏ ଟେଷ୍ଟରେ ଶବ ପ୍ରଭାକରନ ବୋଲି ଜଣାପଡିଥିଲା । ଏପରିକି ଶ୍ରୀଲଙ୍କା ସେନା ଆକ୍ରମଣରେ ତାଙ୍କ ପୁଅଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା ।

ହଠାତ ନେଦୁମାରନଙ୍କ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ସୂଚନାଯୋଗ୍ୟ, ୧୯୮୭ରେ ଶ୍ରୀଲଙ୍କାରେ ସେନା ଏବଂ ଏଲଟିଟିଇ ମଧ୍ୟରେ ଅଶାନ୍ତି ଉପୁଜିଥିଲା । ଏପରିକି ଦେଶରେ ଗୃହଯୁଦ୍ଧ ପରିସ୍ଥିତ ସୃଷ୍ଟି ହୋଇଥିଲା । ସେ ସମୟରେ ଥିବା ରାଜୀବ ଗାନ୍ଧୀ ସରକାର ଶ୍ରୀଲଙ୍କାକୁ ଭାରତ ସେନା ପଠାଇଥିଲେ । ଏଥିନେଇ ଏଲଟିଟିଇ କ୍ରୋଧୀତ ହୋଇଥିଲା ଓ ପରେ ରାଜୀବଙ୍କୁ ବିସ୍ଫୋରଣରେ ଉଡେଇ ଦେଇଥିଲା ।

Leave A Reply

Your email address will not be published.