Latest Odisha News

BREAKING NEWS

ବଧୂ ସାଜି ବେକରେ ଷ୍ଟେଥୋସ୍କୋପ ପକାଇ ପରୀକ୍ଷା ଦେଲେ ଯୁବତୀ

ନୂଆଦିଲ୍ଲୀ: ବାହାଘର ଦିନଟି ପ୍ରତ୍ୟେକ ଯୁବକ ଓ ଯୁବତୀଙ୍କ ପାଇଁ ଖାସ୍ ହୋଇଥାଏ । ବିବାହ ପାଇଁ କାହିଁ କେତେ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ଆଜିକାଲି ସୋସିଆଲ ମିଡିଆରେ ଅନେକ ବାହାଘର ଭିଡିଓ ଭାଇରାଲ ହେଉଛି । ଏମିତି ଏକ ଭିଡିଓ ରହିଛି ଯେଉଁଥିରେ ଝିଅଟି କନ୍ୟା ବେଶରେ ସଜେଇ ହୋଇ, ଡାକ୍ତରୀ ପୋଷାକ ପିନ୍ଧି ବେକରେ ଷ୍ଟେଥୋସ୍କୋପ ପକାଇ ପରୀକ୍ଷାକେନ୍ଦ୍ରରେ ପହଞ୍ଚିଛନ୍ତି ।

ଭାଇରାଲ ଭିଡିଓଟି କେରଳରୁ ଆସିଛି । ଭିଡିଓରେ ଦେଖିବାକୁ ମିଳିଛି କନ୍ୟା କାରରୁ ଓହ୍ଲାଇବା ପରେ ତାଙ୍କ ସାଙ୍ଗମାନେ ତାଙ୍କ କାନି ଠିକ କରୁଛନ୍ତି । ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରି ସେ ସାଙ୍ଗମାନଙ୍କୁ ହ୍ୟାଲେ କହୁଥିବା ବେଳେ ପରୀକ୍ଷା ଦେଇ ସାରିବା ପରେ ଯୁବତୀ ପରୀକ୍ଷା କେନ୍ଦ୍ରରୁ ବାହାରକୁ ଆସି ମା’ଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳୁଛି।

ଏହି ଭିଡିଓ ଇନଷ୍ଟାଗ୍ରାମରେ grus_girls ନାମକ ଜଣେ ବ୍ୟବହାରକାରୀ ସେୟାର କରିଛନ୍ତି, ଦର୍ଶକମାନେ ବେଶ୍ ପସନ୍ଦ କରିଛନ୍ତି । ଭିଡିଓର କ୍ୟାପସନରେ ଲେଖାଅଛି, ‘ମେଡିକୋଙ୍କ ଜୀବନ # ଫିଜିଓଥେରାପି ପରୀକ୍ଷା ଏବଂ ବିବାହ ଗୋଟିଏ ଦିନରେ ।’  ଏହି ଭିଡିଓକୁ ଏପର୍ଯ୍ୟନ୍ତ ପ୍ରାୟ ୧୦ଲକ୍ଷରୁ ଅଧିକ ଥର ଦେଖାଯାଇଥିବାବେଳେ ୧ଲକ୍ଷ ୬୭ହଜାରରୁ ଅଧିକ ଲୋକ ଏହାକୁ ଲାଇକ୍ କରିଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ପୋଷ୍ଟ ହେବାପରେ ଏହାକୁ ଅନେକଲୋକ ପସନ୍ଦ କରୁଥିବା ସହିତ ସୁନ୍ଦରସୁନ୍ଦର ପ୍ରତିକ୍ରିୟା ଦେଉଛନ୍ତି।

Leave A Reply

Your email address will not be published.