Latest Odisha News

ଅନଲାଇନରୁ ଅର୍ଡର କରିଥିଲେ ଆଇଫୋନ୍, ଟଙ୍କା ମାଗିବାରୁ ଡେଲିଭରି ବୟକୁ ହତ୍ଯା

ଲକ୍ଷ୍ନୌ: ଅନଲାଇନରୁ ଆଇଫୋନ୍ ଅର୍ଡର କରିଥିବା ଜଣେ ଗ୍ରାହକଙ୍କୁ ଟଙ୍କା ମାଗିବାରୁ ଡେଲିଭରି ବୟକୁ ହତ୍ଯା କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଗ୍ରାହକ ଜଣକ କ୍ୟାସ୍ ଅନ୍ ଡେଲିଭରି ଜରିଆରେ ଆଇଫୋନ୍ ଅର୍ଡର କରିଥିଲେ। ଯାହାର ମୂଲ୍ଯ ଥିଲା ୧.୫ ଲକ୍ଷ ଟଙ୍କା।

ମୃତ ଡେଲିଭରି ବୟ ଜଣଙ୍କ ହେଲେ ଭରତ ସାହୁ। ଡେପୁଟି କମିଶନର ଶଶାଙ୍କ ସିଂଙ୍କ ଅନୁଯାୟୀ, ଉକ୍ତ ଗ୍ରାହକ ଜଣକ ଚିନାହାଟର ଗଜାନନ ବୋଲି ଜଣାପଡିଛି। ସେ ଫ୍ଲିପକାର୍ଟରୁ ପ୍ରାୟ ୧.୫ ଲକ୍ଷ ଟଙ୍କା ମୂଲ୍ୟର ଆଇଫୋନ୍ ଅର୍ଡର କରିଥିଲେ ଏବଂ କ୍ୟାଶ୍ ଅନ୍ ଡେଲିଭରି (COD) ର ବିକଳ୍ପ ଚୟନ କରିଥିଲେ। ଗତ୨୩ ତାରିଖରେ ଡେଲିଭରି ବୟ ଗଜାନନଙ୍କୁ ତାଙ୍କ ଘରେ ଫୋନ୍ ଦେଇଥିଲେ। ଯାହାପରେ ଭରତ, ଗଜାନନଙ୍କୁ ଟଙ୍କା ମାଗିଥିଲେ। କିନ୍ତୁ ସେ ଟଙ୍କା ଦେବାକୁ ମନା କରିବାରୁ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ରାଗିଯାଇ ଡେଲିଭରି ବୟର ତଣ୍ଟି ଚିପି ଦେଇଥିଲେ।

ଏହି ଘଟଣା ପରେ ପୀଡିତାଙ୍କ ମୃତଦେହ ଇନ୍ଦିରା କେନାଲରେ ଫିଙ୍ଗି ଦିଆଯାଇଥିଲା। ତେବେ ମୃତଦେହକୁ ଉଦ୍ଧାର ପାଇଁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏସଡିଆରଏଫ୍)ର ଏକ ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।

ଅପରପକ୍ଷରେ ଭରତ ଘରକୁ ନଫେରିବାରୁ ପରିବାର ଲୋକେ ଚାରିଆଡେ ଖୋଜାଖୋଜି କରିଥିଲେ, ହେଲେ ପାଇନଥିଲେ। ଯାହା ପରେ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ।

 

Leave A Reply

Your email address will not be published.