ଭୁବନେଶ୍ବର:ଅଙ୍କ ଶାସ୍ତ୍ରରେ ବ୍ୟକ୍ତିଙ୍କ ଜନ୍ମ ତାରିଖକୁ ନେଇ ସେମାନଙ୍କ ବିଷୟରେ ଗଣନା କରାଯାଇଥାଏ । କୌଣସି ବ୍ୟକ୍ତିର ଆଚରଣ ଓ ସେ କିଭଳି ବ୍ୟକ୍ତିତ୍ବ ସେ ବିଷୟରେ ଜନ୍ମ ତାରିଖରୁ ଜାଣି ହୁଏ । କେବଳ ଏତିକି ନୁହେଁ କେଉଁ ସଂଖ୍ୟା ଆପଣଙ୍କର ପାଇଁ ଲକି ତାହା ମଧ୍ୟ ଆପଣ ଜାଣିପାରିବେ । ଏଥିପାଇଁ ଆପଣଙ୍କୁ ଆପଣଙ୍କର ଜନ୍ମ ତାରିଖର ମୂଳାଙ୍କ ବାହାର କରିବାକୁ ପଡ଼େ ।
ତେବେ ଅଙ୍କ ଜ୍ୟୋତିଷରେ ୧ ଠାରୁ ଆରମ୍ଭ ୯ ପର୍ଯ୍ୟନ୍ତ ମୂଳାଙ୍କ ରହିଥାଏ । ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର ୧୧ ତାରିଖରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର ୧ + ୧ ଅର୍ଥାତ୍ ୨ ହେବ । ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ।
ଆସନ୍ତୁ ଆପଣଙ୍କ ଜନ୍ମ ତାରିଖ ଅନୁଯାୟୀ କେଉଁ ସଂଖ୍ୟା ଆପଣଙ୍କର ଲକି ନମ୍ବର ..
-ଯଦି ଆପଣଙ୍କର ଜନ୍ମ ତାରିଖ ମାସର ୧, ୧୦, ୧୯ କିମ୍ବା ୨୮ ତାରିଖରେ ପଡେ, ଆପଣଙ୍କ ମୂଳାଙ୍କ ୧ ହେବ । ଆପଣଙ୍କ ଲକି ନମ୍ବର ୧ । ଏହି ୧ ମୂଳାଙ୍କ ସଂଖ୍ୟା ଥିବା ଲୋକଙ୍କ ଇଷ୍ଟ ଗ୍ରହ ହେଉଛନ୍ତି ସୂର୍ଯ୍ୟ । ଏହି ମୂଳାଙ୍କ ଥିବା ବ୍ୟାକ୍ତିମାନେ ମୁଖ୍ୟତଃ ସ୍ପଷ୍ଟବାଦୀ ହୋଇଥାନ୍ତି । ପ୍ରତ୍ୟେକ କାର୍ଯ୍ୟକୁ ନିର୍ଭୟର ସହ କରିଥାନ୍ତି । ଏହି ବ୍ୟକ୍ତିମାନେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତି ।
-ଯଦି ଆପଣଙ୍କର ଜନ୍ମ ତାରିଖ ମାସର ୨, ୧୧, ୨୦ କିମ୍ବା ୨୯ ତାରିଖରେ ପଡ଼ୁଛି ତେବେ ଆପଣଙ୍କର ମୂଳାଙ୍କ ସଂଖ୍ୟା ୨ । ଆପଣଙ୍କ ଲକି ନମ୍ବର ୨ । ଏହି ମୂଳାଙ୍କ ଲୋକଙ୍କ ଇଷ୍ଟ ଗ୍ରହ ହେଉଛନ୍ତି ଚନ୍ଦ୍ର । ଏହି ମୂଳାଙ୍କ ଥିବା ବ୍ୟକ୍ତିମାନେ କର୍ମନିଷ୍ଠ । ସରଳ ବିଶ୍ବାସୀ ସ୍ବଭାବର ଅଟନ୍ତି । ଏମାନଙ୍କ ମନ ନିର୍ମଳ ଓ ଶାନ୍ତ ସ୍ବଭାବର ହୋଇଥାନ୍ତି ।
-ଯଦି ଆପଣଙ୍କର ଜନ୍ମ ତାରିଖ ମାସର ୩, ୧୨, ୨୧ ଓ ୩୦ତାରିଖରେ ପଡ଼ୁଛି ତେବେ ଆପଣଙ୍କର ମୂଳାଙ୍କ ସଂଖ୍ୟା ୩ । ଆପଣଙ୍କ ଲକି ନମ୍ବର ୩ । ବୃହସ୍ପତି ଏହି ମୂଳାଙ୍କ ଲୋକଙ୍କ ଇଷ୍ଟ ଗ୍ରହ । ଏହି ମୂଳାଙ୍କ ଥିବା ବ୍ୟକ୍ତି ଅତି ସୌଭାଗ୍ୟବାନ , ଉଚ୍ଚାଭିଳାଷୀ ସ୍ବଭାବର ହୋଇଥାନ୍ତି । ଖୋଲା ମନୋଭାବ ବ୍ୟକ୍ତିତ୍ବର ଅଟନ୍ତି । ସମ୍ପର୍କ ଗଢ଼ିବା ଉପରେ ଧ୍ୟାନ ଦିଅନ୍ତି ।
-୪, ୧୩, ୨୨, ଓ ୩୧ ତାରିଖରେ ଜନ୍ମ ହୋଇଥିବା ଲୋକଙ୍କ ମୂଳାଙ୍କ ହେଉଛି ୪ । ଏହା ରାହୁ ଗ୍ରହଙ୍କ ଅଙ୍କ ମନାଯାଏ । ଆପଣଙ୍କ ଲକି ନମ୍ବର ୪ । ଏହି ମୂଳାଙ୍କ ଥିବା ବ୍ୟକ୍ତି ବିଶେଷମାନେ ରୋକଠୋକ କହିବାରେ ବିଶ୍ବାସ କରନ୍ତି । ଅନ୍ୟମାନଙ୍କୁ ସହଜରେ ବିଶ୍ବାସ କରନ୍ତି ନାହିଁ । ପରିସ୍ଥିତି ଦେଖି ନିଷ୍ପତ୍ତି ନେବାର ଗୁଣ ରହିଛି ।
-୫,୧୪ ଓ ୨୩ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମୂଳାଙ୍କ ୫ । ଆପଣଙ୍କ ଲକି ନମ୍ବର ୫ । ଏହି ମୂଳାଙ୍କ ସଂଖ୍ୟା ଥିବା ଲୋକଙ୍କ ଇଷ୍ଟ ଗ୍ରହ ହେଉଛନ୍ତି ବୁଧ । ଏମାନେ ମୁଖ୍ୟତଃ ଶାନ୍ତ ସରଳ ସ୍ବଭାବର ହୋଇଥାନ୍ତି । ପ୍ରତ୍ୟେକ କାମକୁ ଧ୍ୟାନ ଦେଇ କରନ୍ତି । ଏହି ମୂଳାଙ୍କ ଥିବା ଅଧିକାଂଶ ବ୍ୟକ୍ତି ପ୍ରେମ ବିବାହ କରିଥାନ୍ତି । ନିଜର ଲକ୍ଷ୍ୟ ହାସଲ କରିଥାନ୍ତି ।
-ଯଦି ଆପଣଙ୍କର ଜନ୍ମ ତାରିଖ ମାସର ୬, ୧୫, ୨୪ ତାରିଖରେ ପଡ଼ୁଛି ତେବେ ଆପଣଙ୍କର ମୂଳାଙ୍କ ସଂଖ୍ୟା ୬ । ଏହି ମୂଳାଙ୍କ ଇଷ୍ଟ ଗ୍ରହ ହେଉଛନ୍ତି ଶୁକ୍ର । ଆପଣଙ୍କ ଲକି ନମ୍ବର ୬ । ବ୍ୟକ୍ତିମାନେ ସହଜରେ ନିଜ ମନର କଥା ଅନ୍ୟ କାହା ଆଗରେ ପରିପ୍ରକାଶ କରନ୍ତି ନାହିଁ । କ୍ରିଏଟିଭ କାର୍ଯ୍ୟରେ ଅଧିକ ଆଗ୍ରହ ପ୍ରକାଶ କରନ୍ତି । ଏମାନେ ଖୁସିରେ ରୁହନ୍ତି ଏବଂ ଏହି ଗୁଣ ପାଇଁ ସେମାନଙ୍କ ଜୀବନରେ କିଛି ଚମତ୍କାର ହାସଲ କରନ୍ତି ।
-୭, ୧୬ ଓ ୨୫ ତାରିଖରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ମୂଳାଙ୍କ ହେଉଛି ୭ । ଆପଣଙ୍କ ଲକି ନମ୍ବର ୭। ଏହି ମୂଳାଙ୍କ ଲୋକଙ୍କ ଇଷ୍ଟ ଗ୍ରହ ହେଉଛନ୍ତି କେତୁ । ସରଳ ଓ ସଙ୍କୁଚିତ ମନୋଭାବ ବ୍ୟକ୍ତି ହୋଇଥାନ୍ତି । ନିଜ ହିସାବରେ ନିଜ ଜୀବନ ଅତିବାହିତ କରିଥାନ୍ତି । ଜୀବନରେ ଯାହା ଚାହାଁନ୍ତି ତାହା ହାସଲ କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି । ଈଶ୍ବରଙ୍କ ଉପରେ ବିଶ୍ୱାସ ଅଧିକ ରଖିଥାନ୍ତି ।
-୮,୧୭ ଓ ୨୬ ତାରିଖରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ମୂଳାଙ୍କ ୮ । ଆପଣଙ୍କ ଲକି ନମ୍ବର ମଧ୍ୟ ୮ । ଏହି ମୂଳାଙ୍କ ବ୍ୟକ୍ତିଙ୍କ ଇଷ୍ଟ ଗ୍ରହ ହେଲେ ଶନି । ଏହି ବ୍ୟକ୍ତି ଅତ୍ୟନ୍ତ ଧର୍ଯ୍ୟଶୀଳ ଓ ଯତ୍ନବାନ । ସାମାନ୍ୟ ରାଗି ସ୍ବଭାବର ହୋଇଥାନ୍ତି । କିନ୍ତୁ ଏମାନଙ୍କ ମନ ସଫା ଓ ନିର୍ମଳ । ଏମାନେ ସମୟ ନଷ୍ଟ କରିବାକୁ ପସନ୍ଦ କରନ୍ତି ନାହିଁ ।
-୯, ୧୮ ଓ୨୭ ତାରିଖରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ମୂଳାଙ୍କ ହେଉଛି ୯ । ଆପଣଙ୍କ ଲକି ନମ୍ବର ମଧ୍ୟ ୯ । ଏହି ମୂଳାଙ୍କ ସଂଖ୍ୟା ଥିବା ଲୋକଙ୍କ ଇଷ୍ଟ ଗ୍ରହ ହେଲେ ମଙ୍ଗଳ । ଏହି ବ୍ୟକ୍ତିମାନେ ଭାଗ୍ୟବାନ ଅଟନ୍ତି । ବଡ ବଡ଼ କାମ ମଧ୍ୟ ସହଜରେ କରିବାକୁ ସକ୍ଷମ ହୁଅନ୍ତି । ଏମାନେ ସାହସୀ ସ୍ବଭାବର ହୋଇଥାନ୍ତି ।
Comments are closed.