ବ୍ରହ୍ମପୁର: ଗଞ୍ଜାମ ଜିଲାର ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଗାଈ ବାଛୁରୀଙ୍କ ଶରୀରରେ ଲମ୍ପି ରୋଗ ଦେଖିବାକୁ ମିଳିଛି। ଶତାଧିକ ଆକ୍ରାନ୍ତ ହୋଇଥିବା ବେଳେ ବହୁ ଗାଈର ମୃତ୍ୟୁ ହେଲାଣି। ରୋଗ ଭଲ ହେଉନଥିବା ଯୋଗୁ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳୁଛି। ଅନେକ ଏଥିପାଇଁ ପୂଜାର୍ଚ୍ଚନା ଆରମ୍ଭ କରିଦେଇଛନ୍ତି। ଅନ୍ୟପଟେ ପଶୁ ସମ୍ପଦ ବିଭାଗ ତରଫରୁ ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ସାନଖେମୁଣ୍ଡି ବ୍ଲକର ଖଲିଙ୍ଗୀ, ଏରେଣ୍ଡ୍ରା, ଆଡ଼ପଡା, ସାହସପୁର, ଜଗନ୍ନାଥପୁର, ରାମଚନ୍ଦ୍ରପୁର, ଡେଙ୍ଗାଉସ୍ତ ଏବଂ ପୋଡାମାରି ଭଳି ଅନେକ ଅଞ୍ଚଳରେ ଗାଈ ଓ ବାଛୁରୀଙ୍କ ଦେହରେ ଦେଖା ଦେଇଛି ଏହି ଲମ୍ପି ନାମକ ଭୁତାଣୁ ଜନିତ ରୋଗ। ଗାଈର ଦେହ ସାରା ଲାଲ୍ ଚିହ୍ନ ଦେଖିବାକୁ ମିଳୁଛି। ରକ୍ତ ବାହାରିବା ଭଳି ଦେଖା ଦେଇଛି। ଯାହାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ପ୍ରାଣୀଧନ ଅଧିକାରୀଙ୍କ ପରାମର୍ଶ ନେଇ ଚିକିତ୍ସା ଚାଲିଥିବା ବେଳେ ଥମି ବାର ନାଁ ନେଉନି ଏହି ରୋଗ। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି। ଗାଈ ବାଛୁରୀକୁ ମଧ୍ୟ ମଣିଷ ଭଳି ବସନ୍ତ ରୋଗ ହୋଇଥିବା ସେମାନେ ଆଶଙ୍କା କରୁଛନ୍ତି। ସେଥିପାଇଁ ସମ୍ପୂର୍ଣ୍ଣ ଭାବେ ଆମିଷ ବର୍ଜନ କରିବା ସହ ତେଲ କଡେଇ ବ୍ୟବହାର ନ କରିବା, ରୋଷେଇ କରିବା ବେଳେ ଖାଦ୍ୟରେ ଛୁଙ୍କ ନ ଦେବା ସହ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳୁଛି। ଗାଁ ଦାଣ୍ଡରେ ପୂର୍ଣ କୁମ୍ଭ ବାଢି ପୂଜାର୍ଚ୍ଚନା କରି ଗାଁରେ ସମସ୍ତେ ଏକତ୍ରିତ ହୋଇ ବିଭିନ୍ନ ବାଜା ବଜାଇ ଗାଁ ପରିକ୍ରମା କରୁଛନ୍ତି। ଗାଁ ଠାକୁରାଣୀ ମନ୍ଦିରକୁ ପିଠା ପଣା ଓ ମୁଆଁ ପୂଜାପାଠ ସହ ସମସ୍ତ ଘରୁ ପିଠା ପଣାକୁ ମୁଣ୍ଡରେ ଧରି ଯାଉଛନ୍ତି। ପ୍ରାଣୀ ଚିକିତ୍ସାଳୟ ତରଫରୁ ଚିକିତ୍ସା କରାଯାଉଥିଲେ ମଧ୍ୟ ତାହାର ସୁଫଳ ମିଳୁନାହିଁ।
ଅନ୍ୟପଟେ ଏନେଇ ସାନଖେମୁଣ୍ଡି ବ୍ଲକ ପ୍ରାଣୀ ଚିକିତ୍ସାଳୟର ଅଧିକାରୀ ଡା. ପ୍ରବୀଣ କୁମାର ସାହୁ କହିଛନ୍ତି ଯେ, କେତେକ ଜାଗାରେ ସଂକ୍ରମଣ କମ୍ ଗତିରେ ବ୍ୟାପୁଥିବା ବେଳେ ଅନ୍ୟ କେତେକ ଅଞ୍ଚଳରେ ବ୍ୟାପକ ଭାବେ ବ୍ୟାପିବାରେ ଲାଗିଛି। ସଂକ୍ରମତି ଗାଈକୁ ମଶା ମାଛି କିମ୍ବା ଟିଙ୍କ କାମୁଡ଼ିବା ପରେ ଯଦି ତାହା ସୁସ୍ଥ ଗାଈକୁ କାମୁଡ଼ୁଛି, ଫଳରେ ସଂକ୍ରମଣ ବ୍ୟାପୁଛି। ଏଣୁ ସନ୍ଧ୍ୟା ସମୟରେ ଗାଈକୁ ମଶା ମାଛିରୁ ସୁରକ୍ଷା ଦେବା ଜରୁରୀ। ଟିକା ନେଇ ସରକାରଙ୍କୁ ଅବଗତ କରାଯାଇଛି। ପହଞ୍ଚିବା କ୍ଷଣି ଟିକାକରଣ ଆରମ୍ଭ ହୋଇଯିବ। ତେବେ ପଶୁ ଠାରୁ ଏହା ମଣିଷକୁ ବ୍ୟାପିନଥାଏ। ସଂକ୍ରମତି ଗାଈରୁ ଖିର ମଧ୍ୟ ସୁରକ୍ଷିତ। ଯେତିକି ଗ୍ରାମରୁ ଖବର ମିଳିଛି, ସବୁ ଗାଁକୁ କର୍ମଚାରୀମାନେ ଯାଇଛନ୍ତି। ଚିକିତ୍ସା ଚାଲିଥିବା ସେ ପ୍ରକାଶ କରିଛନ୍ତି।
BREAKING NEWS
- Health Minister Accuses Opposition: ନିଜ ଜିଦରେ ଅଟଳ ବିରୋଧୀ…ବର୍ଷିଲେ ସ୍ୱାସ୍ଥ୍ୟମନ୍ତ୍ରୀ…ଆଜି ବି ଅଚଳାବସ୍ଥା…
- Odisha Weather Alert: ଆହୁରି ୪ ଦିନ କାଳବୈଶାଖୀ ବର୍ଷା, ୫୦ କିମି/ଘଣ୍ଟା ବେଗରେ ବହିବ ପବନ
- ମଧ୍ୟପ୍ରାଚ୍ୟରେ ୮ ଭାରତୀୟଙ୍କ ମୃତ୍ୟୁ, ଜଣେ ନିଖୋଜ: ଫେରିଲା ୫୫ ଲକ୍ଷ
- ଗ୍ୟାସ ସିଲିଣ୍ଡର୍ କଳାବଜାରୀ ରୋକିବାକୁ ପ୍ରଶାସନ ପକ୍ଷରୁ ଚଢ଼ାଉ
- ସରକାରଙ୍କ ବଡ଼ ଆଶ୍ୱାସନା: ଆହାର କେନ୍ଦ୍ରକୁ ଜାରି ରହିବ ଗ୍ୟାସ୍ ଯୋଗାଣ
- ଗୋରୁ ଗାଡ଼ି ଅଟକାଇବା ବେଳେ ଗଲା ଗୋରକ୍ଷକଙ୍କ ଜୀବନ
- କୁଏତ ତେଲ ଟ୍ୟାଙ୍କର ଉପରେ ଇରାନର ଆକ୍ରମଣ
- ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
- Aahar scheme:‘ଆହାର’ ଯୋଜନାକୁ ବାଧାହୀନ ଭାବେ ଚାଲୁ ରଖିବା ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
- Supply of essential goods: ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ୨୪ ଘଣ୍ଟିଆ ସଜାଗ ରହନ୍ତୁ,ଜିଲ୍ଲାପାଳମାନେ ମାର୍କେଟ ସ୍ଥିତି ଅନୁଧ୍ୟାନ କରନ୍ତୁ: ମୁଖ୍ୟମନ୍ତ୍ରୀ
Comments are closed.