Latest Odisha News

BREAKING NEWS

ମିର୍ଜା-ମଲିକ ଶୋର ଚୁକ୍ତି ଯୋଗୁ ହୋଇ ପାରୁନି କି ସାନିଆ-ଶୋଏବଙ୍କ ଛାଡପତ୍ର ?

ଲାହୋର: ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଓ ଭାରତର ଟେନିସ ଷ୍ଟାର ସାନିଆ ମିର୍ଜାଙ୍କ ବିବାହ ବିଚ୍ଛେଦ ନେଇ ଗଣମାଧ୍ୟମରେ ଆଲୋଚନା ଜୋର ଧରିଥିଲା । ଏହା ପରେ ଉଭୟ ଦି ମିର୍ଜା-ମଲିକ ଶୋରେ ଏକତ୍ର କରିବା ଯୋଗୁ ଏହି ବିବାହ ବିଚ୍ଛେଦ ଖବର ଏକ ପବ୍ଲିସିଟି ଷ୍ଟଂଟ ବୋଲି ବିବେଚନା କରାଯାଉଥିଲା । ତେବେ ଏବେ ଆଉ ଏକ ଖବର ଅନୁସାରେ ଉଭୟଙ୍କ ବିବାହ ବିଚ୍ଛେଦ ହେବା ଏକପ୍ରକାର ନିଶ୍ଚିତ । ସେମାନେ ମିର୍ଜା-ମଲିକ ଶୋ ପାଇଁ ଚୁକ୍ତିବଦ୍ଧ ହୋଇଥିବାରୁ ବିଧିବଦ୍ଧ ଭାବେ ପରସ୍ପରଠାରୁ ଅଲଗା ହୋଇପାରୁ ନାହାନ୍ତି । ଏହି ଶୋ ପରେ ଉଭୟ ପରସ୍ପରକୁ ଛାଡପତ୍ର ଦେବେ ବୋଲି ଜଣାପଡିଛି ।

ଇନଷ୍ଟାଗ୍ରାମ ମେସେଜରେ ସାନିଆ ଏବଂ ଶୋଏବଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିବା ଅନୁମାନ କରାଯାଉଥିଲା । ଏହା ପରେ ଶୋଏବଙ୍କ ମଡେଲ ଆୟଶା କମରଙ୍କ କେତେକ ଫଟୋ ଭାଇରାଲ ହୋଇଥିଲା । ଏହା ସେମାନଙ୍କ ସମ୍ପକରେ ଫାଟ ସୃଷ୍ଟି କରାଇଥିଲା । ଦେଖାଯାଉ ଆଗକୁ ଉଭୟ ଏକତ୍ର ରହୁଛନ୍ତି କିମ୍ବା ପରସ୍ପରଠାରୁ ଅଲଗା ହେଉଛନ୍ତି ।

Leave A Reply

Your email address will not be published.