Latest Odisha News

BREAKING NEWS

ଆଜି ଶତାବ୍ଦୀର ବୃହତ୍ ଚନ୍ଦ୍ର ଗ୍ରହଣ, ଦୃଶ୍ୟ ହେବେ ଲୋହିତ ଚନ୍ଦ୍ର

ଭୁବନେଶ୍ୱର : ଆଜି ଆକାଶରେ ଏକ ବିରଳ ମହାଜାଗତିକ ଘଟଣା ଘଟିବାକୁ ଯାଉଛି । ସମ୍ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସାଙ୍ଗକୁ ପୃଥିବୀକୁ ଦୃଶ୍ୟମାନ ହେବ ଏକ ବିରାଟ ଲୋହିତ ଚନ୍ଦ୍ର ବା ବ୍ଲଡ୍ ମୁନ । ଖୁସିର କଥା ହେଲା ଏହା ଭାରତ ସମେତ ଅନ୍ୟକିଛି ଦେଶରେ ସ୍ପଷ୍ଟ ଦୃଶ୍ୟମାନ ହେବ । ଏହା ପ୍ରତି ଶହେ ୪ ବର୍ଷରେ ପୃଥିବୀ ଆକାଶରେ ଦୃଶ୍ୟମାନ ହେଉଥିବାରୁ ଆଜି ପ୍ରକୃତରେ ପୃଥିବୀବାସୀଙ୍କ ଲାଗି ଏକ ବିରଳ ଦିବସ ।

ଏହି ଚନ୍ଦ୍ର ଗ୍ରହଣର ଭାରତୀୟ ସମୟ ଉଲ୍ଲେଖ କରାଗଲା :-
ଗ୍ରହଣ ସ୍ପର୍ଶ – ରାତି ୧୧ଟା୫୩ ମିନିଟ ୪୮ ସେକେଣ୍ଡ
ପୂର୍ଣ୍ଣଗ୍ରାସ ଆରମ୍ଭ – ରାତି ୧ଟା ୦୦ ମିନିଟ ୦୨ ସେକେଣ୍ଡ
ଗ୍ରହଣ ମଧ୍ୟକାଳ – ରାତି ୧ଟା ୫୮ ମିନିଟ ୫୦ ସେକେଣ୍ଡ
ପୂର୍ଣ୍ଣ ଗ୍ରାସ ସମାପ୍ତ – ରାତି ୨ଟା ୪୩ ମିନିଟ ୦୮ ସେକେଣ୍ଡ
ଗ୍ରହଣ ସର୍ବମୋକ୍ଷ – ରାତି ୩ଟା ୪୯ ମିନିଟ ୦୩ ସେକେଣ୍ଡ
ଗ୍ରହଣର ଆଦ୍ୟାନ୍ତ କାଳ – ରାତି ୩ଟା ୫୬ ମିନିଟ ୦୩ ସେକେଣ୍ଡ

ଭାରତରେ ଦୃଶ୍ୟମାନ ହେବ ବିରାଟ ଲୋହିତ ଚନ୍ଦ୍ର

ଜ୍ୟୋତିଷ୍କଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀ ଏକ ସରଳରେଖାରେ ରହିବାକୁ ଚନ୍ଦ୍ରଗ୍ରହଣ କୁହାଯାଏ । ଏହି ସମୟରେ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼ିଲେ ଏହା ଦେଖାଯାଏ ନାହିଁ । ତେବେ ଆସନ୍ତାକାଲି ଭଳି ବିରଳ ଚନ୍ଦ୍ରଗ୍ରହଣ ଅର୍ଥାତ ଅଧିକ ସମୟ ଧରି ଚନ୍ଦ୍ର ଗ୍ରହଣ ହେଉଥିବାରୁ ସୂର୍ଯ୍ୟଙ୍କ ରଶ୍ମି ପୃଥିବୀର ବାୟୁମଣ୍ଡଳ ଉପରେ ପଡ଼ିବ । ଏହି ନୀଳ ଓ ଅତି ବାଇଗଣୀ ରଶ୍ମି ଅଧିକ ମାତ୍ରାରେ ବିଚ୍ଛୁରିତ ହେଉଥିବା ବେଳେ ନାଲି ଓ ନାରଙ୍ଗୀ ରଶ୍ମି ବାୟୁମଣ୍ଡଳ ସୀମାରୁ ପ୍ରତିଫଳିତ ହୋଇ ଚନ୍ଦ୍ରରେ ପଡ଼ିବ ।

ଶତାବ୍ଦୀର ଏହି ବିରଳ ଚନ୍ଦ୍ରଗ୍ରହଣ ଭାରତ ସମେତ ଉତ୍ତର ଆଫ୍ରିକା, ମଧ୍ୟପ୍ରାଚ୍ୟ, ଚୀନ ପଶ୍ଚିମାଞ୍ଚଳରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିହେବ । ତେବେ ଆମେରିକା ଓ ଅଷ୍ଟ୍ରେଲିଆରେ ଏହା ଆଂଶିକ ଭାବେ ଦୃଶ୍ୟମାନ ହେବ ।

Leave A Reply

Your email address will not be published.