Latest Odisha News

BREAKING NEWS

ଗୁରୁପ୍ରିୟା ସେତୁ ଉଦଘାଟନ: ମାଲକାନଗିରି ଜିଲ୍ଲାର ଉନ୍ନତି ଲାଗି ମୁଖ୍ୟମନ୍ତ୍ରୀଙ୍କ ୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା

ମାଲକାନଗିରି : ଆଜି କେବଳ ଓଡ଼ିଶା ନୁହେଁ, ସାରା ଭାରତ ପାଇଁ ଏକ ଐତିହାସିକ ଦିନ । ଗୁରୁପ୍ରିୟା ସେତୁ ବିଚ୍ଛିନ୍ନ ହୋଇଥିବା ୧୫୧ଟି ଗାଁ’ର ପରିଚୟ ବଦଳେଇ ଦେଇଛି ।

ଏବେଠାରୁ ମାଲକାନଗିରିର ଏହି ଅଞ୍ଚଳରୁ ବିଚ୍ଛିନ୍ନ ଶବ୍ଦଟି ଇତିହାସରୁ ଚାଲିଗଲା । ଆଜିଠାରୁ ଏହି ଅଞ୍ଚଳ ସ୍ୱାଭିମାନ ଅଞ୍ଚଳ ଭାବେ ବିକାଶର ନୂଆ ପରିଚୟ ସୃଷ୍ଟି କଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରିର ଚିତ୍ରକୋଣ୍ଡା ଅଞ୍ଚଳରେ ଗୁରୁପ୍ରିୟା ସେତୁ ଉଦଘାଟନ କରିବା ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ ଏହା କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ୱାଭିମାନ ଅଞ୍ଚଳ ଲାଗି ୧୦୦ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଥିଲେ । ୨୦୧୪ରେ ଆରମ୍ଭ ହୋଇ ମାତ୍ର ୪ ବର୍ଷରେ ଏହା ଶେଷ ହୋଇଛି । ଓଡ଼ିଶାର ଦୃଢ ଇଚ୍ଛାଶକ୍ତିର ଏହା ପ୍ରତୀକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

 

ଗୁରୁପ୍ରିୟା ସେତୁର ନିର୍ମାଣରେ ବହୁ ଆହ୍ୱାନକୁ ସଫଳ ଭାବରେ ମୁକାବିଲା କରି ଏହି ସେତୁ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଇଞ୍ଜିନିୟର, ଓଡ଼ିଶା ଓ କେନ୍ଦ୍ର ସରକାରଙ୍କ ପୋଲିସ ବନ୍ଧୁମାନଙ୍କ ତ୍ୟାଗକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ । ଏଥିପାଇଁ ସହିଦ ହୋଇଥିବା ବ୍ୟକ୍ତିମାନଙ୍କ ପ୍ରତି ସେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.