Latest Odisha News

BREAKING NEWS

Lingaraja temple: ଗ୍ରହଣରେ ଶ୍ରୀଲିଙ୍ଗରାଜଙ୍କ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ;ଏହି ସମୟରେ ଦୋଳ ବେଦୀକୁ ବିଜେ କରିବେ…

ଭୁବନେଶ୍ବର:ଗ୍ରହଣ ପାଇଁ ଶ୍ରୀଲିଙ୍ଗରାଜଙ୍କ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ବୁଧବାର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଏହା ଚୂଡ଼ାନ୍ତ ହୋଇଛି । ଚେବେ ନୀତି ନିର୍ଘଣ୍ଟ ଅନୁସାରେ ରାତି ୮ଟାରେ ଦୋଳ ବେଦୀକୁ ବିଜେ କରିବେ ପ୍ରଭୁ ଲିଙ୍ଗରାଜ ।

ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ମାର୍ଚ୍ଚ ୨ ତାରିଖ ରାତି ୧୨ଟା ସୁଦ୍ଧା ସନ୍ଧ୍ୟା ଧୂପ ବଢ଼ି ପହୁଡ଼ ପଡ଼ିବ । ୩ ତାରିଖ ମଧ୍ୟରାତ୍ରୀ ୨ଟାରେ ପହୁଡ ଖୋଲି ମଙ୍ଗଳ ଆଳତିଠାରୁ ଭୋଗ ମଣ୍ଡପ ପର୍ଯ୍ୟନ୍ତ ନୀତି ଭୋର ୬ଟା ୧୫ରେ ବଢ଼ିବ । ଏହାପରେ ଗ୍ରହଣ ସ୍ନାନ ନିମନ୍ତେ ବିନ୍ଦୁ ସାଗରକୁ ସନ୍ଧ୍ୟା ୫ଟାରେ ବିଜେ କରିବେ । ସନ୍ଧ୍ୟା ସାଢେ ୬ଟା ମଧ୍ୟରେ ଗ୍ରହଣ ଭୋଗ ଲାଗି ହେବ ଏହାପରେ ରାତି ୮ଟାରେ ଦୋଳ ବେଦୀକୁ ବିଜେ କରିବେ ଶ୍ରୀଲିଙ୍ଗରାଜ ।

Leave A Reply

Your email address will not be published.