Latest Odisha News

BREAKING NEWS

କ୍ୟାଚ ନେବା ବେଳେ ଲୁଙ୍ଗି ନିଗଡିଙ୍କ ବେକ ମାଡ ହୋଇଗଲା, ଡାକ୍ତରଖାନାରେ ଭର୍ତି

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଶନିବାର ଅନୁଷ୍ଠିତ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ ଏକାଦଶ ପଞ୍ଜାବ ମ୍ୟାଚରେ ଏକ ବଡ ଅଘଟଣ ଘଟିଛି । ଦିଲ୍ଲୀରଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି କେଏଲ ରାହୁଲଙ୍କ ବିସ୍ଫୋରକ ଶତକ(୧୫୨ ନଟଆଉଟ) ସହାୟତାରେ ୨୬୪ ରନ କରିଥିଲା । ୨୬୫ ରନର ଲକ୍ଷ୍ୟକୁ ପଞ୍ଜାବ ପିଛା କରିବା ଆରମ୍ଭ କରିଥିଲା । ମ୍ୟାଚର ୩ୟ ଓଭରରେ ପ୍ରିୟାଂଶ ଆର୍ଯ୍ୟ ଏକ ଶଟ ଖେଳିଥିଲେ । କ୍ୟାଚ ସମ୍ଭାବନା ଥିବାରୁ ମିଡ ଅଫରୁ ନିଗିଡି ପଛୁଆ ଦୌଡି ଏହାକୁ ଧରିବାକୁ ଚେଷ୍ଟା କରିଥିଲେ ।

ନିଜ ଉପରେ ନିୟନ୍ତ୍ରଣ ରଖି ନ ପାରିବାରୁ ସେ ତଳେ ପଡି ଯାଇଥିଲେ ଏବଂ ତାଙ୍କ ବେକ ମାଡ ହୋଇ ଯାଇଥିଲା । ପ୍ରାୟ ଏକ ମିନିଟ ପର୍ଯ୍ୟନ୍ତ ସେ ମୁହଁ ମାଡି ପଡି ରହିଥିଲେ । ସଙ୍ଗେ ସଙ୍ଗେ ଡାକ୍ତର ପଡିଆକୁ ଆସି ତାଙ୍କ ସହିତ କଥା ହୋଇଥିଲେ । ଏବେ ତାଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଯାଇଛି । ସେଠାରେ ଆବଶ୍ୟକ ପରୀକ୍ଷଣ କରାଯାଇଛି । ଡାକ୍ତର ତାଙ୍କ ଉପରେ କଡା ନଜର ରଖିଛନ୍ତି । ପରୀକ୍ଷଣ ରିପୋର୍ଟ ଆସିବା ପରେ ସ୍ଥିତି ସ୍ପଷ୍ଟ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.