Latest Odisha News

BREAKING NEWS

ଦୁର୍ଦ୍ଦାନ୍ତ ମାଓ ନେତା ହେମଲା ସହ ଆତ୍ମସମର୍ପଣ କଲେ ୪୭ ଜଣ କ୍ୟାଡର ନକ୍ସଲ

ମାଲକାନଗିରି: ମାଲକାନଗିରି ‌ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ପୋଲିସ ନିକଟରେ ଆଜି ଦୁର୍ଦ୍ଦାନ୍ତ ମାଓ ନେତା ହେମଲା ଓରଫ ଭିଜା ସମେତ ୪୬ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ହାଇଦ୍ରାବାଦ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସମ୍ମୁଖରେ ଏମାନେ ୩୨ଟି ହତିଆର ହସ୍ତାନ୍ତର କରି ଆତ୍ମସମର୍ପଣ କରିଛନ୍ତି ।

ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟିର ସଚିବ ହେମଲା, ଏସିଏମଭି. ଆନ୍ଦେ, ଓଣ୍ଡେ ଭୀମେ, ସୋଡି ଉଙ୍ଗା, ସୋଡି ଦସରୁ, ଉଦମ ବୁଦ୍ରା, ମାଡକମ ସନି, ଉଇକା ଭୀମା, ସୋଡି ସୋମଡି, ମାଡବି କୋସି, ଉଇକା ସୋନା, ମାଡବୀ ବୋତି, ପାର୍ଟି ମେମ୍ବର କୁଞ୍ଜମ ଭୀମା, ମାଡବୀ ଆଡିମେ, କୁଞ୍ଜାମ ଭୀମା, ମାଡକମ ଜଗା, କୋରସା ମାଙ୍ଗଲି, ଉଇକେ ସୋନଥି, ମୁଚାକି ଜଗା, ନୂପୋ କୋସା, କୁଡେମ କୋମା, ମୁଚାକି ଭୀମା, ମାଡକମ ନନ୍ଦୁ, ମାଡବୀ ବିଚେମ, ମାଡବୀ ରମେଶ, ମାଡବି ଲାକେ, ମାଡବି ରାମା, ମାଡକମ ଇଡୁମେ, ଡିଭିଜନାଲ କମିଟି ମେମ୍ବର ବାଡିସେ ସୁନ୍ଦରି, ସାଭଲାମ ବିଚମ, ଏସିଏଣ ମାଡକମ ଇଡୁମେ, ପାର୍ଟି ମେମ୍ବର ହେମଲା ଲାଲୁ, ଡିଭିସିଏମ ସଦସ୍ୟ ପଡିୟମ ଲାଛୁ, ପିପିସିଏମ ଡୋଡି ପାଇକୁ, ଥାମୁ ଉଙ୍ଗି, ନୁପ ସାନା, ମାଡକମ ଜଗା, ସୋଡି ସାମୟା, ମାଡବି ନନ୍ଦ, ମାଡକମ ଲିଙ୍ଗେ, ଡୋଡି ଲାକେ, ମାଡବି ମାସା, ତାଟି ଭିମା, ମାଡବି ଅଭିଶେଖ, ଭାଞ୍ଜାମ ଜିମେ, କୁଞ୍ଜମ ସୋନା ଏବଂ ମାଡବି ସାନା ।

ଏମାନଙ୍କ ନାମରେ ସରକାର ୧ କୋଟି ୫୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ଆତ୍ମସମର୍ପଣ ସମୟରେ ଏହି ନକ୍ସଲମାନେ ପୋଲିସକୁ ଗୋଟିଏ ଏଲଏମଜି, ୪ଟି ଏକେ-୪୭, ୩ଟି ଏସଏଲଆର, ୨ଟି ଇନସାସ, ୨ଟି ୪୧୦ ରାଇଫଲ, ଗୋଟିଏ ୮ଏମଏମ ରାଇଫଲ, ଗୋଟିଏ ୯ ଏମଏମ ରାଇଫଲ, ୧୨ ସିଙ୍ଗଲସଟ୍ ଗନ, ବିଜିଏଲ ଗନ ୨ଟା, ଏୟାର ଗନ ୨ଟା ଭଳି ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରିଛନ୍ତି ।

ପ୍ରଶାସନ ତରଫରୁ ସମସ୍ତ ନକ୍ସଲଙ୍କୁ ୨୫ ହଜାର ଟଂକା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏଥିସହ ସମସ୍ତଙ୍କୁ ଆତ୍ମନିର୍ଭଶୀଳ କରାଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.