Latest Odisha News

BREAKING NEWS

କମିନ୍ସଙ୍କ ରେକର୍ଡ ଭାଙ୍ଗିଲେ ଲାୟନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ସ୍ପିନର ନାଥାନ ଲାୟନ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚ ଅବସରରେ ପ୍ୟାଟ କମିନ୍ସଙ୍କ ରେକର୍ଡ ଭାଙ୍ଗିଛନ୍ତି । ଲାୟନ ଏହି ଟେଷ୍ଟରେ ୭ଟି ୱିକେଟ ନେଇଥିଲେ । ଏଥିସହ ସେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ସର୍ବାଧିକ ୱିକେଟ ନେବାର କୀର୍ତିମାନ ସ୍ଥାପନ କରିଛନ୍ତି । ସେ ୪୯ ମ୍ୟାଚରେ ୨୦୩ ୱିକେଟ ଅକ୍ତିଆର କରିଛନ୍ତି । ଦ୍ୱିତୀୟ ଖେଳାଳି ଭାବେ ଲାୟନ ଡବ୍ଲ୍ୟୁଟିସିରେ ୨୦୦ରୁ ଊର୍ଦ୍ଧ୍ୱ ୱିକେଟ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ଏହି ରେକର୍ଡ କମିନ୍ସଙ୍କ ନାମରେ ରହିଥିଲା । ସେ ୪୭ ମ୍ୟାଚରେ ୨୦୦ ୱିକେଟ ନେଇଥିଲେ ।

ଭାରତର ପୂର୍ବତନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି । ସେ ୧୯୫ ୱିକେଟ ନେଇଛନ୍ତି । ମିଚେଲ ଷ୍ଟାର୍କ(୧୬୮) ଓ ଯଶପ୍ରୀତ ବୁମରାହ (୧୫୬) ଯଥାକ୍ରମେ ଚତୁର୍ଥ ଓ ୫ମ ସ୍ଥାନରେ ରହିଛନ୍ତି । ଶ୍ରୀଲଙ୍କା ମାଟିରେ ସର୍ବାଧିକ ୱିକେଟ ନେବାରେ ଲାୟନ ଭାରତର ଅଶ୍ୱୀନଙ୍କୁ ପଛରେ ପକାଇ ଦେଇଛନ୍ତି । ଅଶ୍ୱୀନ ୩୮ ୱିକେଟ ନେଇଥିବା ବେଳେ ଲାୟନ ଏବେ ୩୯ ୱିକେଟ ହାସଲ କରି ତାଙ୍କୁ ଅତିକ୍ରମ କରିଛନ୍ତି । ଗାଲେ ଟେଷ୍ଟରେ ଅଷ୍ଟ୍ରେଲିଆ ଇନିଂସ ଓ ୨୪୨ ରନ ବ୍ୟବଧାନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଟେଷ୍ଟ କ୍ରିକେଟରେ ଆୟୋଜକ ଟିମ ଭାବେ ଶ୍ରୀଲଙ୍କାର ଏହା ସବୁଠାରୁ ବଡ ପରାଜୟ ।

Comments are closed.