ଜାପାନ ଓ ଫିଲିପାଇନ୍ସରେ ଭୂକମ୍ପ ଝଟକା ଅନୁଭୂତ
ଟୋକିଓ: ପୁଣି ଭୂକମ୍ପରେ ଥରିଲା ଜାପାନ । ଦେଶର ଉତ୍ତର-ପୂର୍ବରେ ଏକ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ ରେ ଏହାର ତୀବ୍ରାତା ୫.୧ ରହିଛି । କିନ୍ତୁ କୌଣସି ସୁନାମି ସତର୍କ ସୂଚନା ଜାରି କରାଯାଇ ନାହିଁ । ଫଳରେ ଭୟରେ ଲୋକମାନେ ଘରୁ ବାହାରକୁ ଦୌଡି ପଳାଇଥିଲେ ।
ସୂଚନା ଅନୁସାରେ, ଜାପାନର ମିୟାଗି ଓ ଫୁକୁସିମା ପ୍ରିଫେକ୍ଟରରେ ଏହି କମ୍ପନ ଅନୁଭୂତ ହୋଇଛି । ଜାପାନ ପାଣିପାଗ ବିଭାଗ କହିଛି ଯେ, ଶନିବାର ଭୋର ୪ଟା ୧୦ରେ ଏହି ଭୂକମ୍ପ ଅନୁଭୀତ ହୋଇଥିଲା । ଭୂକମ୍ପରେ କୌଣସି ଧନଜୀବନ ବା ବଡ଼ କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ ।
ଜର୍ମାନ ଅନୁସନ୍ଧାନ କେନ୍ଦ୍ର ଫର ଜିଓ ସାଇନ୍ସ (ଜିଏଫଜେଡ) ଅନୁଯାୟୀ, ଶନିବାର ଫିଲିପାଇନ୍ସର ମିଣ୍ଡାନାଓ ଦ୍ୱୀପରେ ୫.୭ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା । ଫୁକୁସିମା ଅଞ୍ଚଳରେ ପ୍ରାୟ ୪୦ କିଲୋମିଟର ଗଭୀରରେ ଏହି ଭୂକମ୍ପ ଘଟିଛି ।
ସେହିପରି ଫିଲିପାଇନ୍ସରେ ୫.୭ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂ ହୋଇଛି ।