Latest Odisha News

BREAKING NEWS

ତୃତୀୟ ଦିନରେ ମା’ ବିରଜାଙ୍କ ରଥଯାତ୍ରା

ଯାଜପୁର: ଆଜି ତୃତୀୟ ଦିନରେ ଗଡ଼ିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥ। ପରମ୍ପରା ମୁତାବକ ଶନିବାର ରଥ ପ୍ରତିଷ୍ଠା ପରେ ମା ଙ୍କ ରଥ ମନ୍ଦିର ଚତୁର୍ପାଶ୍ଵ ପରିକ୍ରମା କରିଥିଲା।

କଟକଣା ଭିତରେ କେବଳ ସେବାୟତ ଓ ପୋଲିସ କର୍ମଚାରୀ ମାନଙ୍କ ଦ୍ୱାରା ଘଣ୍ଟ ଘଣ୍ଟା, ବାଜା ଧ୍ଵନିରେ ଏହି ରଥ ଟଣା କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ରଥଟଣା ସମୟ ରେ ବିରଜା ମନ୍ଦିର ଚତୁଃପାଶ୍ୱର୍ରେ ୧୪୪ ଧାରା ଜାରି କରାଯାଇଛି। କୌଣସି ସାଧାରଣ ଭକ୍ତଙ୍କୁ ରଥ ପାଖକୁ କିମ୍ଵା ରଥ ଟାଣିବାକୁ ବାରଣ କରାଯାଇଛି। ଆଗାମୀ ୨୪ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନ ରେ ମନ୍ଦିର ଚାରିପଟେ ମାଙ୍କ ରଥ ବେଢା ପରିକ୍ରମା କରିବ।

 

Comments are closed.