Latest Odisha News

BREAKING NEWS

ଅନ୍ଧାଧୁନକୁ ବଳିଗଲା ‘ଲୁଡୋ’ ଟ୍ରେଲର!!

ମୁମ୍ବାଇ: ଦୁଇ ବର୍ଷର ପରିଶ୍ରମ ପରେ ଅନୁରାଗ ବାସୁ ତାଙ୍କର ବହୁ ପ୍ରତିକ୍ଷୀତ ମଲ୍ଟି ଷ୍ଟାରର ଫିଲ୍ମ ‘ଲୁଡୋ’ର ଟ୍ରେଲର ରିଲିଜ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଅଭିଷେକ ବଚ୍ଚନ, ପଙ୍କଜ ତ୍ରିପାଠୀ, ରାଜକୁମାର ରାଓ, ଆଦିତ୍ୟ ରୟ କାପୁର, ଫାତିମା ସାନା ଶେଖ, ସାନିଆ ମଲହୋତ୍ରା, ରୋହିତ ସରାଫ, ପାର୍ଲ ମନେ ଏବଂ ଶିଶୁ କଳାକାର ଇନାୟତ ବର୍ମା ପ୍ରମୁଖ ଅଭିନୟ କରିଛନ୍ତି।

ଚଳଚ୍ଚିତ୍ରର ଟ୍ରେଲର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରୋମାଞ୍ଚଭରା ରହିଛି, ଯାହା ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି । ମୋଟାମୋଟି ଭାବେ ଏହା ଶ୍ରୀରାମ ରାଘବନଙ୍କ ଅନ୍ଧାଧୁନ ଟ୍ରେଲର ଭଳି ରହିଛି । ଟ୍ରେଲରରେ ଚାରୋଟି ଭିନ୍ନ କାହାଣୀ ଉପରେ ଆଧାରିତ ଯାହା ପରସ୍ପର ସହ ଜଡିତ ।

ପଙ୍କଜ ତ୍ରିପାଠୀଙ୍କ ଚରିତ୍ର ସବୁଠାରୁ ଭିନ୍ନ ଧରଣର ଯାହା ଲୋକଙ୍କୁ ପସନ୍ଦ ଆସିବ ବୋଲି ଆଶା କରିଛନ୍ତି ନିର୍ଦେଶକ ।

ଦେଖନ୍ତୁ ଟ୍ରେଲର:

ଲୁଡୋ ଆଶା ନେଗିଙ୍କ ଡେବ୍ୟୁ ଫିଲ୍ମ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ରଟି ଭୂଷଣ କୁମାରଙ୍କ ଦ୍ୱାରା ପ୍ରଯୋଜିତ ହୋଇଛି। ଏହା ନଭେମ୍ବର ୧୨,୨୦୨୦ ରେ ସିଧାସଳଖ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ ବୋଲି ଜଣାପଡିଛି ।

Leave A Reply

Your email address will not be published.