Latest Odisha News

BREAKING NEWS

ମା ବିରଜାଙ୍କ ସ୍ଵନକ୍ଷତ୍ର ଉତ୍ସଵ ପାଳିତ

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ସ୍ଵନକ୍ଷତ୍ର ତଥା ଜନ୍ମୋତ୍ସବ ମହାଆଡମ୍ବରରେ ପାଳିତ ହେଉଛି । କୋଭିଡ କଟକଣା କୋହଳ ପରେ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ସକାଳୁ ମନ୍ଦିରକୁ ଆସି ମା’ ବିରାଜାଙ୍କ ଦର୍ଶନ କରିବା ସହ ଭୋଗ ଲାଗି କରିଥିଲେ । ମାଘମାସ ଅମାବାସ୍ୟା ତିଥି ଏବଂ ପବିତ୍ର ତ୍ରିବେଣୀ ଅମାବାସ୍ୟା ଉପଲକ୍ଷେ ପାଳିତ ହେଉଛି ସ୍ଵନକ୍ଷତ୍ର ।

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ମନ୍ଦିର ସେବାୟତଙ୍କ ସହଯୋଗରେ ଯାଜପୁର ପୋଲିସ ପ୍ରଶାସନ ଶ୍ରଦ୍ଧାଳୁଙ୍କ ବ୍ୟବସ୍ଥିତ ଦର୍ଶନ ଏବଂ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟବସ୍ଥା କରିଥିଲେ ।

Leave A Reply

Your email address will not be published.