Latest Odisha News

BREAKING NEWS

୬ଦଫା ଦାବି ନେଇ ଆନ୍ଦୋଳନ

ଅନୁଗୁଳ: ୬ଦଫା ଦାବି ନେଇ ହିନ୍ଦ ମଜଦୁର ସଂଘ ପକ୍ଷରୁ ଆନ୍ଦୋଳନ । ଏମ୍‌ସିଏଲରେ କାର୍ଯ୍ୟରତ ହିନ୍ଦ ମଜଦୁର ସଂଘ ପକ୍ଷରୁ ଲିଙ୍ଗରାଜ ଏରିଆ ଜିଏମ୍ ଅଫିସ ଆଗରେ ସାମୁହିକ ଧାରଣା । ଦାବି ପୂରଣ ନହେଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଦାବି ମଧ୍ୟରେ ରହିଛି କ୍ୟାଡ଼ର ଚେଞ୍ଜ, ବେଆଇନ ଭାବେ କ୍ବାଟର ଆଲଟମେଣ୍ଟ ହୋଇଥିବା,ବଳକା ହୋଇ ରହିଥିବା ପ୍ରମୋସନ କେସ ଗୁଡିକୁ ତୁରନ୍ତ ଲାଗୁ କରିବା, ନୂଆ କ୍ବାଟର ଗୁଡିକୁ କେବଳ କର୍ମଚାରୀମାନଙ୍କ ଦିଆଯିବା ସହ ମେଡିକାଲ ସୁବିଧା ତୁରନ୍ତ ଯୋଗାଇ ଦେବା ପାଇଁ ଦାବି ରହିଛି । ତେବେ ଦାବି ପୂରଣ ନ ହେଲେ, ଆଗାମୀ ଦିନରେ ସଙ୍ଘ ଆନ୍ଦୋଳନକୁ ବ୍ୟାପକ କରିବା ସହ ଅନଶନ କରିବ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ଏକ ଦାବିପତ୍ର ଲିଙ୍ଗରାଜ ଏରିଆ ଜିଏମ୍ ଙ୍କୁ ଦେଇଛି ସଂଘ ।

Leave A Reply

Your email address will not be published.