ବ୍ରହ୍ମପୁର: ଆସୁଛନ୍ତି ମା’, ଚଳ ଚଞ୍ଚଳ ହୋଇଉଠିଛି ସମଗ୍ର ବ୍ରହ୍ମପୁର ସହର । ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଆସନ୍ତା ୩ ତାରିଖରୁ ଆରମ୍ଭ ହେବ । ୩ ତାରିଖ ବିଳମ୍ୱିତ ରାତିରେ ମାଆଙ୍କୁ ଏକ ବିରାଟ ପଟୁଆରରେ ଠାକୁରାଣୀ ମନ୍ଦିରରୁ ଦେଶୀବେହେରା ସାହି ସ୍ଥିତ ଅସ୍ଥାୟୀ ମଣ୍ଡପକୁ ଅଣାଯିବ । ଏଥିପାଇଁ ଦେଶୀବେହେରା ସାହିରେ ମଧ୍ୟ ପ୍ରସ୍ତୁତି ଜୋରସୋରରେ ଚାଲିଛି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ ହେବାର ସମ୍ଭାବନା ରହିଛି ।
ମାଆଙ୍କ ଅସ୍ଥାୟୀ ମଣ୍ଡପ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିପାଇଁ ଏବେଠାରୁ ବ୍ରହ୍ମପୁରରେ ପ୍ରବଳ ଉତ୍ସାହ ଦେଖାଦେଇଛି ।
ଏପଟେ ଠାକୁରାଣୀ ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ପୋଲିସ ଓ ପ୍ରଶାସନ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତି, ଭିଡ଼ ନିୟନ୍ତ୍ରଣ, ପୋଲିସ ମୁତୟନ ସହ ଶ୍ରଦ୍ଧାଳୁ କିଭଳି ଶୃଙ୍ଖଳିତ ଦର୍ଶନ କରିପାରିବେ ସେ ନେଇ ସମସ୍ତ ପ୍ରକାରର ବ୍ୟବସ୍ଥା ହାତକୁ ନିଆଯିବ । ଲୁଟପାଟ ରୋକିବ ନିମନ୍ତେ ଦେଶୀ ବେହେରା ସାହିରେ ସମ୍ପୂର୍ଣ୍ଣ ରୂପେ ସିସିଟିଭି କ୍ୟାମେରା ଲଗାଯିବ । ୬ପ୍ଲାଟୁନ ଫୋର୍ସ ସହ ପୋଲିସ ଅଧିକାରୀମାନେ ନିୟୋଜିତ ହେବେ ବୋଲି ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।
Comments are closed.