ପିଥୋରାଗଡ: ଉତ୍ତରାଖଣ୍ଡକୁ ଦେବୀ , ଦେବତାଙ୍କ ଦେଶ ବୋଲି କୁହାଯାଏ । ପ୍ରାଚୀନ କାଳରୁ ଏଠାରେ ଥିବା ଉଚ୍ଚ ପର୍ବତମାଳା ଭଗବାନ ଏବଂ ଦେବୀଙ୍କ ବାସସ୍ଥାନ ଭାବରେ ବିବେଚନା କରାଯାଏ । ଯେଉଁଠାରେ ଆଜି ବି ମଣିଷମାନେ ପାଖରେ ପହଞ୍ଚିବା ବହୁତ କଷ୍ଟକର । ପ୍ରାଚୀନ କାଳରେ ଏଠାରେ ଅନେକ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା । ସେଥିମଧ୍ୟରୁ ପିଥୋରାଗଡ ଜିଲ୍ଲାର ଉତ୍ତର ଦିଗରେ ରହିଥିବା ମା ଚଣ୍ଡିକା ଘାଟ ମନ୍ଦିର ଅନ୍ୟତମ ।
ମା ଚଣ୍ଡିକାଙ୍କୁ ମାତା ଦୁର୍ଗାଙ୍କର ରୂପ ବୋଲି ବିବେଚନା କରାଯାଏ । କୁସେଲ ଗ୍ରାମ ସଭାରେ ରାମଗଙ୍ଗା ନଦୀ କୂଳରେ ଅବସ୍ଥିତ ଏହି ମନ୍ଦିରକୁ ମା ଚଣ୍ଡିକାଙ୍କ ମୂଳ ସ୍ଥାନ ଭାବରେ ପରିଗଣିତ ହୁଏ । ସବୁଠାରୁ ଆଶ୍ଚର୍ଯ୍ୟକର କଥା ଏଠାକୁ ଲୋକମାନେ ଦେଶର ବିଭିନ୍ନ କୋଣରୁ ନ୍ୟାୟ ପାଇବାକୁ ଆସନ୍ତି। ବିଶ୍ୱାସ କରାଯାଏ ଯେ ଯେତେବେଳେ ତାଙ୍କ ବିରୁଦ୍ଧରେ ହୋଇଥିବା ଅତ୍ୟାଚାରର ନ୍ୟାୟ ମିଳେନାହିଁ । ସେତେବେଳେ ମାତା ଚଣ୍ଡିକା ତାଙ୍କୁ ନ୍ୟାୟ ପ୍ରଦାନ କରନ୍ତି ।
ଏହି ମନ୍ଦିର ୭୦୦ ବର୍ଷ ପୁରୁଣା। ରାମଗଙ୍ଗା ନଦୀ କୂଳରେ ମା ଚଣ୍ଡିକାଙ୍କର ଏକ ବିଶାଳ ମନ୍ଦିର ଅଛି । ବର୍ଷସାରା ଏଠାକୁ ଭକ୍ତ ମାନଙ୍କର ସୁଅ ଛୁଟେ । ଲୋକମାନେ ମାଆ ଚଣ୍ଡିକାଙ୍କୁ ନ୍ୟାୟର ଦେବୀ ଭାବରେ ପୂଜା କରନ୍ତି । ମାଆଙ୍କୁ ଦର୍ଶନ କଲେ ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ । ବିଶ୍ୱାସ କରାଯାଏ ଯେ ପୂର୍ବ କାଳରେ ଅନେକ ଗାଁର ଲୋକମାନେ ସେମାନଙ୍କର ଗୋରୁମାନଙ୍କୁ ଏହି ସ୍ଥାନକୁ ନେଇ ପାଳୁଥିଲେ। ଏହି ଅଞ୍ଚଳରେ ଧାନ, ତମାଖୁ, ମକା ଏବଂ ମିଲେଟ ଚାଷ କରାଯାଉଥିଲା। ପୂଜକଙ୍କ କହିବା ମୂତାବକ କେବେ କେହି ମାଆ ନିକଟରୁ ଖାଲି ହାତରେ ଫେରେନାହିଁ । ଭକ୍ତି ସହକାରେ ମାଆ ଚଣ୍ଡିକାଭ୍କୁ ଆରାଧନା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ପିଥୋରଗଡଠାରୁ ୫୦ କିଲୋମିଟର ଦୂରରେ କୁସେଲ ଗାଁରେ ମାଆ ଚଣ୍ଡିକାଙ୍କ ମନ୍ଦିର ରହିଛି ।
Comments are closed.