Latest Odisha News

BREAKING NEWS

କାଲିଠୁ ଖୋଲିବ ଘଟଗାଁ ମା’ ତାରିଣୀଙ୍କ ମନ୍ଦିର ଦୁଆର

କେନ୍ଦୁଝର: ଭକ୍ତଙ୍କୁ ଦର୍ଶନ ଦେବେ ଘଟଗାଁ ରାଣୀ ମାଆ ତାରିଣୀ । କାଲିଠାରୁ ଖୋଲିବ ମା’ ତାରିଣୀ ମନ୍ଦିର । ଦୀର୍ଘ ୧୦ମାସ ପରେ ମାଆଙ୍କୁ ଦେଖିବେ ଭକ୍ତ । କୋଭିଡ୍ କଟକଣା ଭିତରେ ଦର୍ଶନ ଅନୁମତି ଦେଇଛି ପ୍ରଶାସନ । ପ୍ରତିଦିନ ସକାଳ ୮ଟାରୁ ଦିନ ସାଢ଼େ ୧୨ଟା ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ସାଢେ ୬ଟା ଯାଏ ମାଆଙ୍କୁ ଦର୍ଶନ କରିପାରିବେ ଭକ୍ତ ।

ଆସନ୍ତାକାଲି ପ୍ରଥମ ଦିନରେ ସକାଳ ୮ଟାରୁ ୯ଟା ଯାଏ ଦର୍ଶନ କରିବେ ପୂଜକଙ୍କ ପରିବାର । ମନ୍ଦିର ଭିତରକୁ ଭୋଗ ନେବା ମନା । ଥରକେ ୨୫ରୁ ୩୦ ଭକ୍ତଙ୍କୁ ମନ୍ଦିର ବେଢ଼ା ଭିତରକୁ ପ୍ରବେଶ ଅନୁମତି ମିଳିବ । ୧୦ ବର୍ଷରୁ କମ୍ ପିଲାଙ୍କୁ ମନ୍ଦିର ପ୍ରବେଶ ଅନୁମତି ନାହିଁ ।

ସମସ୍ତେ ମାନିବେ କୋଭିଡ୍ ଗାଇଡଲାଇନ୍ । ମାସ୍କ ନ ପିନ୍ଧିଲେ ପ୍ରବେଶ ଅନୁମତି ମିଳିବ ନାହିଁ । ସାମାଜିକ ଦୂରତା ସହ ସାନିଟାଇଜର ବ୍ୟବହାର କରିବେ । କରୋନା ଯୋଗୁ ଦୀର୍ଘ ୧୦ ମାସ ହେବ ଭକ୍ତଙ୍କ ପାଇଁ ବନ୍ଦ ରହିଥିଲା ମାଆ ତାରିଣୀଙ୍କ ମନ୍ଦିର ଦୁଆର ।

Leave A Reply

Your email address will not be published.