Latest Odisha News

BREAKING NEWS

କମୁଛି କରୋନା କାୟା: ଦେଶରେ ୨%ରୁ କମ୍ ଆକ୍ଟିଭ୍ କେସ୍, ବଢୁଛି ସୁସ୍ଥହାର

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୫ହଜାର ୧୪୪ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୫ଲକ୍ଷ ୫୭ହଜାର ୯୮୫କୁ ବୃଦ୍ଧି ପାଇଛି ।

ବଢୁଛି ମୃତ୍ୟୁସଂଖ୍ୟା । ଦୈନିତ ଡେଥ୍ କେସ୍ କମିଛି । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୮୧ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୨ହଜାର ୨୭୪ରେ ପହଞ୍ଚିଛି । ଦେଶରେ ମୃତ୍ୟୁହାର ୧.୪୪% ରହିଛି ।
ଦେଶରେ ୨ଲକ୍ଷକୁ କମୁଛି କରୋନା ଆକ୍ଟିଭ୍ କେସ୍ । ସୁସ୍ଥହାର ବଢ଼ି ଚାଲିଛି । ଗତ ୨୪ଘଣ୍ଟାରେ ସାରା ଦେଶରୁ ଆରୋଗ୍ୟ ଲାଭ କରିଛନ୍ତି ୧୭ହଜାର ୧୭୦ କରୋନା ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା ସୁସ୍ଥ ହେଲେଣି ୧କୋଟି ୧ଲକ୍ଷ ୯୬ହଜାର ୮୮୫ ସଂକ୍ରମିତ । ସୁସ୍ଥହାର ୯୬.୫୮% ରହିଥିବା ବେଳେ ଏବେ ଦେଶରେ ୨କ୍ଷ ୮ହଜାର ୮୨୬ଟି କରୋନା ଆକ୍ଟିଭ୍ କେସ୍ ରହିଛି । ଅର୍ଥାତ ଦେଶରେ ୧.୯୮% ସକ୍ରିୟ ମାମଲା ରହିଛି ।

Leave A Reply

Your email address will not be published.