Latest Odisha News

BREAKING NEWS

ଆଲୋକିତ ହେଲା ମାଆ ଉଗ୍ରତାରା ପୀଠ

ର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ତଥା ସମଗ୍ର ଓଡିଶା ରାଜ୍ୟର ଅନ୍ୟତମ ଆସ୍ଥାର କେନ୍ଦ୍ର ହେଉଛନ୍ତି ପ୍ରତେକ୍ଷ ଦେବୀ ମା ଉଗ୍ରତାରା । ପର୍ଯ୍ୟଟନ କେନ୍ଦ୍ର ଭାବେ ମଧ୍ୟ ଏହାର ପ୍ରସିଦ୍ଧି ରହିଛି l

ଜାତୀୟ ରାଜପଥରୁ ୩ କିମି ଦୂରରେ ରହିଥିବା ମାଙ୍କ ମନ୍ଦିର ପର୍ଯ୍ୟନ୍ତ ଥିବା ରାସ୍ତା ଏବଂ ମନ୍ଦିର ପରିସର ସମ୍ପୂର୍ଣ ଅନ୍ଧାର ରହି ଆସୁଥିଲା l ସ୍ଥାନୀୟ ଜନସାଧାରଣଙ୍କ ଆଗ୍ରହ କ୍ରମେ ସାଂସଦ ଅପରାଜିତା ଷଡ଼ଙ୍ଗୀ ବାରମ୍ବାର ଏହି ଅଞ୍ଚଳ ପରିଦର୍ଶନ କରିଥିଲେ l

ଏହି କ୍ଷେତ୍ରର ବିକାଶ ପାଇଁ ରାସ୍ତା ଆଲୋକୀକରଣ ପାଇଁ ୧୦୦ ଟି ସୋଲାର ଲାଇଟ ଏବଂ ମନ୍ଦିର ପରିସରରେ ୨ ଟି Himax light ସ୍ଥାପନ ହୋଇଛି l ଏହାଛଡା ସ୍ଥାନୀୟ ଜଳାଶୟର ଉତଥାନ ପାଇଁ ମଧ୍ୟ ୫ଲକ୍ଷ ଟଙ୍କା ବିତିୟ ରାଶି ଯୋଗାଇ ଦେଇଛନ୍ତି l

ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳ ଏବଂ ସମ୍ପୂର୍ଣ ଖୋର୍ଦ୍ଧା ଜିଲ୍ଲାର ଲୋକ ମାନଙ୍କ ମଧ୍ୟରେ ଆନନ୍ଦ ଏବଂ ଉତ୍ସାହର ବାତାବରଣ ସୃଷ୍ଟି ହୋଇସାରିଛି l

Leave A Reply

Your email address will not be published.