Latest Odisha News

BREAKING NEWS

ରାଜ୍ୟରେ ଆଉ ୧୦ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନ ଆଉ ୧୦ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୩୯୦ରେ ପହଞ୍ଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଅନୁଗୁଳରୁ ୧, ଭୁବନେଶ୍ୱରରୁ ୨, ଗଞ୍ଜାମ ଜିଲ୍ଲାରୁ ୪, କୋରାପୁଟରୁ ୧, ନୟାଗଡରୁ ୧ ଓ ସୋନପୁରରୁ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ।

ମୃତକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଜାଣନ୍ତୁ…

ଅନୁଗୁଳରୁ ଜଣେ ୫୫ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହରେ ପିଡିତ ଥିଲେ।

ଭୁବନେଶ୍ୱରରୁ ଜଣେ ୭୦ ବର୍ଷ ବୟସ୍କ ପୁରୁଷ ଏବଂ ଆଉ ଜଣେ ୫୮ ବର୍ଷ ବୟସ୍କ ମହିଳା ରହିଛନ୍ତି ।

ଗଞ୍ଜାମରୁ ଜଣେ ୪୨, ୭୦ ବର୍ଷୀୟ ପୁରୁଷ ଏବଂ ୫୦ ଓ ୫୯ ବର୍ଷ ବୟସ୍କ ମହିଳାଙ୍କ ମୃତ୍ୟୁ ହୋଇଛି ।

କୋରାପୁଟରୁ ଜଣେ ୩୫ ବର୍ଷ ବୟସ୍କ ମହିଳାଙ୍କ ମୃତ୍ୟୁ ହୋଇଛି ।

ନୟାଗଡରୁ ଜଣେ ୬୧ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସୋନପୁରରୁ ଜଣେ ୭୬ ବର୍ଷ ବୟସ୍କ ପୁରୁଷଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.