Latest Odisha News

BREAKING NEWS

ସୁଶାନ୍ତଙ୍କ ମୃତ୍ୟୁ ଦିନ ବାନ୍ଦ୍ରା ଘରକୁ ଯାଇଥିଲା କି ୨ଟି ଆମ୍ବୁଲାନ୍ସ !

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି । ଏପରିକି ତାଙ୍କ ମୃତଦେହକୁ ନିକଟସ୍ଥ ବାବା ହସ୍ପିଟାଲ ବଦଳରେ କୁପର ହସ୍ପିଟାଲକୁ ନିଆଯିବା ଘଟଣାକୁ ଅନେକ ସନ୍ଦେହରେ ଦେଖୁଛନ୍ତି ।

ସୁଶାନ୍ତଙ୍କ ବାନ୍ଦ୍ରା ସ୍ଥିତ ଘରୁ ଦୁଇଟି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଅଣାଯାଇଥିବା ନେଇ ରିପବ୍ଲିକ୍ ଟିଭି ପକ୍ଷରୁ ଜାରି ଏକ ଭିଡିଓ ଫୁଟେଜରୁ ସୂଚିତ ହେଉଛି । ସେହପରି ସୁଶାନ୍ତଙ୍କ ମୃତ୍ୟୁ ଦିନ ତାଙ୍କ ଘରକୁ ଦୁଇଟି ଆମ୍ବୁଲାନ୍ସ ଯାଇଥିବା ନେଇ ମଧ୍ୟ ପୂର୍ବରୁ ଚର୍ଚ୍ଚା ହେଉଥିଲା ।

ଉକ୍ତ ଭିଡିଓର ପ୍ରଥମ କ୍ଲିପରେ ସୁଶାନ୍ତଙ୍କ ବନ୍ଧୁ ସନ୍ଦୀପ ମିତୁ ସିଂହଙ୍କ ସହ ନଜର ଆସୁଛନ୍ତି । ୨ୟ କ୍ଲିପରେ ସନ୍ଦୀପ ମୁମ୍ବାଇ ପୋଲିସକୁ ଥମ୍ବସ-ଅପ୍ ଦେଖାଉଥିବା ଦାବି କରିଛି ଟିଭି ଚାନେଲ୍ ।

୩ୟ କ୍ଲିପରେ ସୁଶାନ୍ତଙ୍କ ମୃତଦେହକୁ ଗୋଟିଏ ଷ୍ଟ୍ରେଚରରେ ନିଆଯାଉଥିବା ବେଳେ ସେଠାରେ ଆଉ ଗୋଟିଏ ଷ୍ଟ୍ରେଚର ନଜର ଆସିଥିଲା ।

ସୂଚନାଯୋଗ୍ୟ, ବଲିଉଡର ଚର୍ଚ୍ଚିତ ତଥା ସଫଳ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ ।

 

Leave A Reply

Your email address will not be published.