Latest Odisha News

BREAKING NEWS

‘ମ୍ୟାଡାମ ଚିଫ୍‌ ମିନିଷ୍ଟର’ର ଟ୍ରେଲର୍‌ ରିଲିଜ

ନୂଆଦିଲ୍ଲୀ: ରିଚା ଚଡାଙ୍କ ଅଭିନୀତ ଫିଲ୍ମ ‘ମ୍ୟାଡାମ ଚିଫ୍‌ ମିନିଷ୍ଟର’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ହେଇସାରିଲାଣି। ଏହାର ଟ୍ରେଲର ବୁଧବାର ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରରେ ରିଚା ଜଣେ ମୁଖ୍ୟ ରାଜନେତା ଭୂମିକାରେ ଅଭିନୟ କରିଛନ୍ତି। ‘ମ୍ୟାଡାମ ଚିଫ୍‌ ମିନିଷ୍ଟର’ର ନିର୍ଦ୍ଦେଶନା ଦେଇଛନ୍ତି ସୁଭାଷ କପୁର।

ଯିଏକି ପୂର୍ବରୁ ଜଲି ଏଲଏଲବି ଏବଂ ଜଲି ଏଲଏଲବି ୨ ଭଳି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ସୁଭାଷ କପୁର। ଜାନୁଆରୀ ୨୨ରେ ପ୍ରେକ୍ଷାଳୟରେ ‘ମ୍ୟାଡାମ ଚିଫ୍‌ ମିନିଷ୍ଟର’ ମୁକ୍ତିଲାଭ କରିବ। ମଙ୍ଗଳବାର ଦିନ ଫିଲ୍ମର ପ୍ରଥମ ଲୁକ୍ ମୁକ୍ତିଲାଭ କରିଥିଲା ​​ଯେଉଁଥିରେ ରିଚା ତାଙ୍କ ହାତରେ ଗୋଟିଏ ଝାଡୁ ଧରିଥିବାର ନଜର ଆସିଥିଲେ।

‘ମ୍ୟାଡାମ ଚିଫ୍‌ ମିନିଷ୍ଟର’ ଏକାସାଙ୍ଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଏବଂ ରାଜନୖତିକ ଦିଗ ଉପରେ ମନ୍ତବ୍ୟ ଗୁରୁତ୍ବାରୋପ କରିଛି। ରିଚାଙ୍କ ସହ ସୌରଭ ଶୁକ୍ଲା ଏବଂ ମାନବ କୌଲଙ୍କ ପରି କଳାକାରମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଟ୍ରେଲର ରିଲିଜ ହେବା ପରେ ରିଚାଙ୍କୁ ସୋସିଆଲ ମିଡିଆରେ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ସୁଅ ଛୁଟିଛି।

Comments are closed.