Latest Odisha News

BREAKING NEWS

ଗାନ୍ଧୀଙ୍କ ନାଁରେ ଅନେକ ପଇସା କମେଇଲୁ: କଂଗ୍ରେସ ବିଧାୟକ

ବେଙ୍ଗାଲୁରୁ: ଗାନ୍ଧୀ ପରିବାର ନାଁରେ ଅନେକ ଧନ ଉପାର୍ଜନ କରୁଛି । ଏବେ ସମୟ ଆସିଛି ଗାନ୍ଧୀ ପରିବାର ସହିତ ଛିଡ଼ା ହେବାର । ନହେଲେ ଠିକ୍ ହେବନି। କର୍ଣ୍ଣାଟକର ପୂର୍ବତନ ବାଚସ୍ପତି ତଥା ଏବେର ବିଧାୟକ ଏପରି ଏକ ବୟାନ ଦେଇଛନ୍ତି। ଯାହାକୁ ନେଇ ବଡ ଅଡୁଆରେ କଂଗ୍ରେସ। ନ୍ୟାସନାଲ ହେରାଲ୍ଡ ମାମଲାରେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲାରେ ଜେରା କରିଛି। ଏହାକୁ ବିରୋଧ କରି ସାରା ଦେଶରେ କଂଗ୍ରେସ ପ୍ରତିବାଦ କରିଛି। ଏହି କ୍ରମରେ କର୍ଣ୍ଣାଟକର କଂଗ୍ରେସ ବିଧାୟକ ପ୍ରତିବାଦ କରୁଥିବା ବେଳେ ବିଧାୟକ ରମେଶ କୁମାର କହିଛନ୍ତି, ଗାନ୍ଧୀ ପରିବାର ନାଁରେ ଅନେକ ପଇସା କମେଇଛୁ।

ସେ କହିଛନ୍ତି, ‘ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ସୋନିଆ ଗାନ୍ଧୀଙ୍କ ନାଁରେ 3-4 ପିଢ଼ି ପାଇଁ ଆମେ ଯଥେଷ୍ଟ ଧନ ରୋଜଗାର କରିଛୁ। ଗାନ୍ଧୀ ପରିବାରର ଏବେର ସ୍ଥିତି ବେଳେ ଯଦି ଛିଡା ନହେବୁ ତାହେଲେ ଆମ ପାଇଁ ଭଲ ହେବ ନାହିଁ’ । ସୋନିଆ ଗାନ୍ଧୀଙ୍କ ବିରୋଧରେ ଇଡି ମାମଲାକୁ ନିନ୍ଦା କରି କଂଗ୍ରେସର ବିରୋଧ ପ୍ରଦର୍ଶନ ସମୟରେ ରମେଶ କୁମାର ଏପରି କହିଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ସୋନିଆ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଥିଲେ। ନ୍ୟାସନାଲ ହେରାଲ୍ଡ ଖବରକାଗଜ ମାଲିକାନାରେ ଥିବା କଂଗ୍ରେସ ପ୍ରମୋସନ ୟଙ୍ଗ ଇଣ୍ଡିଆନ ପ୍ରାଇଭେଟ ଲିମିଟେଡରେ ଆର୍ଥିକ ଅନିୟମିତତା ନେଇ ଏହି ତଦନ୍ତ ଚାଲିଛି।

ସୋନିଆଙ୍କ ସମର୍ଥନରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ କର୍ଣ୍ଣାଟକର ଶ୍ରୀନିବାସପୁର ବିଧାୟକ ଏଭଳି ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ଶାସକ ଦଳ ବିଜେପିର ନେତା ପ୍ରତିକ୍ରିୟା ରଖିଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ସୁଧାକର କେ ରମେଶ କୁମାରଙ୍କୁ ସମାଲୋଚନା କରି କହିଛନ୍ତି, “କଂଗ୍ରେସ ଦଳ 60 ବର୍ଷ ହେବ ଯେଉଁ ଲୁଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଚଳାଇଥିଲା ତାକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଥିବା ଏହି ପ୍ରତିଭାବାନ ନେତାଙ୍କୁ ଅଭିନନ୍ଦନ”।

ଗୁରୁବାର କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ରାଜ୍ୟ ସଭାପତି ଡିକେ ଶିବକୁମାରଙ୍କ ନେତୃତ୍ୱରେ କଂଗ୍ରେସ ନେତା ଏବଂ କର୍ମୀମାନେ କୁଇନ୍ସ ରୋଡ ସ୍ଥିତ ଦଳୀ ଅଫିସରୁ ଏକ ରାଲି ବାହାର କରିଥିଲେ। ସୋନିଆ ଗାନ୍ଧୀଙ୍କ ସମର୍ଥନରେ ଫ୍ରିଡମ ପାର୍କରେ ଏପରି ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା।

Leave A Reply

Your email address will not be published.