Latest Odisha News

BREAKING NEWS

ପଞ୍ଜଶୀରରୁ ଓହରିଯିବା ଏନଆରଏଫର ସୁଚିନ୍ତିତ ରଣନୀତି !

କାବୁଲ: ପଞ୍ଜଶୀର ତାଲିବାନ କବଜାକୁ ଯାଇଛି । ଏତେ ସହଜରେ କିପରି ଆଫଗାନିସ୍ତାନର ଏହି ଶକ୍ତିଶାଳୀ ତଥା ଅପରାଜେୟ ଗଡ ତାଲିବାନ ପାଖରେ ଆତ୍ମସମର୍ପଣ କଲା ତାହା କେହି ବୁଝି ପାରୁ ନାହାନ୍ତି । ନ୍ୟାଶନାଲ ରେଜିଷ୍ଟାନ୍ସ ଫୋର୍ସ (ଏନଆରଏଫ) ଏ ନେଇ ଏବେ ମୁହଁ ଖୋଲିଛି । ଏହାର ପ୍ରମୁଖ ନେତା ଅଲୀ ନାଜାରୀ କହିଛନ୍ତି ପଞ୍ଜଶୀରରୁ ଏନଆରଏଫ ଓହରିଯିବା ଏକ ସୁଚିନ୍ତିତ ରଣନୀତି । ସେମାନଙ୍କୁ ମୁଖ୍ୟ ରାସ୍ତା ଏବଂ ଏହାର ଆଖ ପାଖ ଅଂଚଳକୁ ଆମେ କବଜା କରିବା ସୁଯୋଗ ଦେଇଛୁ ।

ପଞ୍ଜଶୀରର ୬୦ ପ୍ରତିଶତ ଷ୍ଟ୍ରାଟେଜିକ ପୋଜିଶନ ଏବେ ବି ଆମ ହାତ ମୁଠାରେ ରହିଛି । ଖୁବ୍ ଶୀଘ୍ର ସମସ୍ତ ପଞ୍ଜଶୀରକୁ ଆମେ ରକ୍ଷା କରିବୁ । ଏ ପର୍ଯ୍ୟନ୍ତ ଅନେକ ତାଲିବାନଙ୍କ ଏହା କବର ପାଲଟିଛି କହିଲେ ଭୁଲ ହେବନି । ଅହମ୍ମଦ ମାସୁଦ ଓ ଅମ୍ରରୁଲ୍ଲା ସାଲେହ ତାଜିକସ୍ତାନ ଖସି ପଳାଇ ଯାଇ ନାହାନ୍ତି । ଏହି ଖବର ସମ୍ପୂର୍ଣ୍ଣ ମିଛ । ଏହି ଦୁଇ ଜଣଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଏବେ ବି ଆଫଗାନିସ୍ତାନରେ ରହିଛନ୍ତି । ଆଗକୁ ବହୁତ କିଛି ହେବାକୁ ଅଛି ବୋଲି ଅଲୀ କହିଛନ୍ତି

Leave A Reply

Your email address will not be published.