Latest Odisha News

BREAKING NEWS

ଜୟପୁର ଜଗନ୍ନାଥ ସାଗରରୁ ନାବାଳିକା ମୃତଦେହ ଉଦ୍ଧାର ଘଟଣା, ପ୍ରେମିକକୁ ଗିରଫ ଦାବିରେ ରାସ୍ତାରୋକ

ଜୟପୁର : ଜଗନ୍ନାଥ ସାଗରରୁ ନାବାଳିକା ଶବ ଉଦ୍ଧାର ଘଟଣା। ପ୍ରେମିକକୁ ଗିରଫ ଦାବିରେ ଜୟପୁର ଜୟନଗର ରାସ୍ତାରେ ଟାୟରଜାଳି ରାସ୍ତା ରୋକ କରିଛନ୍ତି ଶହ ଶହ ମହିଳା ଓ ପୁରୁଷ । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଁଚି ଲୋକମାନଙ୍କ ସହ ଆଲୋଚନା କରୁଛି । ଗତ ତିନି ଦିନ ତଳେ ଜୟନଗର ଧୋବା ତୁଠ ନିକଟରେ ଶବ ଭାଷୁ ଥିବା ଦେଖି ପ୍ରତ୍ୟକ୍ଷଦର୍ଶୀ ଟାଉନ୍ ଥାନା ପୋଲିସକୁ ଖବର ଦେଇଥିଲେ । ଟାଉନ୍ ଥାନା ଅଧିକାରୀ ଓ ତାଙ୍କ ଟିମ୍ ପହଁଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ମୃତ ନାବାଳିକା ଜଣକ ହେଉଛନ୍ତି ଗୌଡ ସାହିର ସୁନାଧାର ନାୟକଙ୍କ ଝିଅ ସୁନିତା ନାୟକା ।

ସୁନୀତାଙ୍କ ଗତ ଦେଢ ବର୍ଷ ହେବ ପିଣ୍ଟୁଙ୍କ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଆଉ ଏହି ପ୍ରେମ ସମ୍ପର୍କରୁ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସୁନିତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ପୋଲିସ ସଂପୃକ୍ତ ଯୁବକ ପିଣ୍ଟୁଙ୍କୁ ଥାନାକୁ ଡାକି ୪୮ ଘଣ୍ଟା ରଖି ପଚରା ଉଚରା କରିଛି । ତାଙ୍କୁ କୋର୍ଟ ଚାଲଣ ନକରି ଛାଡି ଦେଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।

ଯାହାକୁ ନେଇ ଆଜି ଜୟନଗର ଅଞ୍ଚଳରେ ଲୋକେ ତାତିବା ସହ ଟାୟାରଜାଳି ରାସ୍ତା ଅବରୋଧ କରିଛନ୍ତି । ପ୍ରେମିକ ପିଣ୍ଟୁ ଗିରଫ ନହେବା ଯାଏଁ ରାସ୍ତା ରୋକ କରାଯିବ ବୋଲି କହିଛନ୍ତି । ସେପଟେ ପୋଲିସ ମଧ୍ୟ ସଂପୃକ୍ତ ଯୁବକଙ୍କ ଘରକୁ ଯାଇଛି । ଯୁବକ ଗିରଫ ନହେବା ଯାଏଁ ରାସ୍ତା ରୋକ ଜାରି ରହିବ ବୋଲି ମୃତ ସୁନୀତିଙ୍କ ମା ଓ ଗାଁ ଲୋକ କହିଛନ୍ତି ।ପୋଲିସ ପ୍ରେମିକକୁ ଧରି ଆଣିବା ପରେ ରାସ୍ତା ରୋକ ରୁ ଓହରିଥିଲେ ଗାଁ ଲୋକ ।

Leave A Reply

Your email address will not be published.