Latest Odisha News

BREAKING NEWS

ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ‘ମଧୁ ଆପ୍’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ଆପ୍ ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଆପ୍ ଟିର ନାମ ରଖାଯାଇଛି ‘ମଧୁ’ ଆପ୍‌ । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନାମରେ ଏହି ଆପ ନାମିତ ହୋଇଛି ।

ଭିଡିଓ କନଫରେନ୍ସିଂ ଜରିଆରେ ମଙ୍ଗଳବାର ଦିନ ଏହି ଆପ୍‌ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଯୋଜନା ପ୍ରଥମଥର ଲାଗି ଗଞ୍ଜାମ ଜିଲ୍ଲାରୁ ଶୁଭାରମ୍ଭ ହୋଇଛି । ଭିଡିଓ କନଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲ୍ଲାର ୨୨ ବ୍ଲକର ଛାତ୍ରଛାତ୍ରୀ ମାନଙ୍କ ସହ ମୁଖ୍ୟମନ୍ତ୍ରୀ ଏହି ଆପ ସମ୍ପର୍କରେ କଥା ହୋଇଛନ୍ତି ।

ଛାତ୍ରଛାତ୍ରୀଙ୍କ ପାଠ ପଢା ଢାଞ୍ଚା ବଦଳିଛି । ସ୍କୁଲରେ ଶିକ୍ଷା ଗ୍ରହଣ ପରେ କୌଣସି ବିଷୟ ପିଲାମାନେ ବୁଝି ନପାରିଲେ ଅଥବା କିଛି ସନ୍ଦେହ ରହିଲେ ପିଲାମାନେ ଏହି ‘ମଧୁ ଆପ୍’କୁ ମୋବାଇଲରେ ଡାଉନଲୋଡ କରି ସେଥିରୁ ଭିଡ଼ିଓ ଦ୍ୱାରା ଶ୍ରେଣୀରେ ପଢା ଯାଉଥିବା ପାଠ ବୁଝି ପାରିବେ । ‘ମଧୁ’ ଆପ୍ ମାଧ୍ୟମରେ ଯେକୌଣସି ସ୍ଥାନରେ ପିଲାମାନେ ବିନା ଦ୍ବିଧାରେ ଶିକ୍ଷା ଗ୍ରହଣ କରିପାରିବେ ।

ଏହି ଆପ୍ ଛାତ୍ରଛାତ୍ରୀଙ୍କ ପାଇଁ ଲାଭଦାୟକ ହେବ ବୋଲି ଆଶା କରାଯାଉଛି ।

ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଆଦର୍ଶ ବିଦ୍ୟାଳୟ ସଂଗଠନର ଅଧ୍ୟକ୍ଷ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦାତା, ସ୍କୁଲ ଓ ଗଣଶିକ୍ଷା ସଚିବ, ଗଞ୍ଜାମ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.