Latest Odisha News

BREAKING NEWS

ଏଲଆଇସିର ପ୍ରୀମିୟମ କ୍ରେଡିଟ କାର୍ଡରୁ ପେମେଣ୍ଟ କଲେ ଆଉ ଲାଗିବନି ଅତ୍ୟଧିକ ଶୁଳ୍କ

ଭୁବନେଶ୍ୱର: ଦେଶର ସବୁଠୁ ବଡ଼ ଜୀବନ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ ବା ଏଲଆଇସିର ପ୍ରୀମିୟମ କ୍ରେଡିଟ କାର୍ଡରୁ ଦେଲେ ଲାଗିବନି ଅତ୍ୟଧିକ ଶୁଳ୍କ। ଏହି ସୁବିଧା ଡ଼ିସେମ୍ବର ୧ରୁ ଆରମ୍ଭ ହୋଇଥିବା ଜଣାପଡିଛି |

ଏଲଆଇସି ଡିଜିଟାଲ ପେମେଣ୍ଟକୁ ଲୋକାଭିମୁଖୀ କରିବାକୁ ଏଲଆଇସିର ଏହି ପଦକ୍ଷେପ ଗ୍ରହଣ କରିଛି | ଲୋନ ବା ପ୍ରୀମିୟମ ଦେଲାବେଳେ ଯଦି କୌଣସି ପଲିସି ଧାରକ ନିଜର କ୍ରେଡିଟ କାର୍ଡରୁ ଯଦି ପେମେଣ୍ଟ କରନ୍ତି ତାହାଲେ ୧ ଡ଼ିସେମ୍ବର ଠାରୁ ଆଉ ଅତିରିକ୍ତ ଚାର୍ଜ ଲାଗିବନି ଯାହା ଆଗରୁ ଦେବାକୁ ପଡୁଥିଲା |

ଭାରତୀୟ ଜୀଵନ ବୀମା ନିଗମ ନିଜର ବିଜ୍ଞପ୍ତି ଜରିଆରେ କହିଛି ଯେ କ୍ରେଡିଟ କାର୍ଡ ମାଧ୍ୟମରେ ମାଗଣାରେ ନେଣଦେଣ ସୁବିଧା ପଇସା ସଂଗ୍ରହ କରିବାର ସବୁମାଧ୍ୟମ ଉପରେ ହେବ , କାର୍ଡଲେସ ଟ୍ରାନଜାକ୍ସନ ହେଉ ଅବା କାର୍ଡ ସ୍ୱାଇପ ହେଉ ଅବା ସେଲ ମେସିନ ଜରିଆରେ |

ଏଲଆଇସି ସେହି ପଲିସିଧାରୀଙ୍କୁ ବଡ଼ ରିହାତି ଦେଇଛି ଯାହାର ପଲିସି ଦୁଇ ବର୍ଷରୁ ଅଧିକ ସମୟଧରି ଲାପସ ହୋଇଯାଇଛି | ଲାପସ ପଲିସକୁ ପଲିସଧାରୀ ପୁନଃ ଚାଲୁକରିପାରିବ | ପୂର୍ବରୁ ଦୁଇ ବର୍ଷରୁ ଅଧିକ ସମୟ ର ପଲିସ କୁ ଚାଲୁ କରିବା ସୁବିଧା ନଥିଲା ଯାହା ଏବେ କରାଯାଉଛି |

ବୀମା ନିଆୟମଙ୍କ ୧ ଜାନୁଆରୀ ୨୦୧୪ ରୁ ପ୍ରଭାବୀ ନିୟମ ଅନୁସାରେ, ଲ୍ୟାପ୍ସ ପଲିସ କୁ ଦୁଇ ବର୍ଷ ଭିତରେ ଲ୍ୟାପ୍ସ ପଲିସ ଚାଲୁ କରାଯାଇପାରୁଥିଲା | ଏହି ମାମଲା ଏଲଆଇସି ବୀମା ନିୟାମକ ପାଖକୁ ନେଇଥିଲା ଓ ସେହି ପଲିସଧାରୀଙ୍କ ପଲିସ ଯାହା ଦୁଇ ବର୍ଷରୁ ଅଧିକ ବର୍ଷ ଲ୍ୟାପ୍ସ ହୋଇଯାଇଛି ତାକୁ ପୁନଃ ଚାଳିତ କରିବାକୁ ସୁବିଧା ଦେବାକୁ କହିଥିଲା | ଏବେ ୧, ଜାନୁଆରୀ ୨୦୧୪ ପରେ ଯେଉଁମାନେ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ରୁ ପଲିସି ନେଇଥିଲେ ସେମାନଙ୍କ ଲ୍ୟାପ୍ସ ପଲିସ ଆଉଥରେ ଚାଲୁକରିପାରିବେ |

ଏବେ, ନଅନଲିଙ୍କ ପଲିସିର ଏହି ଅବଧି ୫ ବର୍ଷ ଓ ୟୁନିଟ ଲିଙ୍କ ପଲିସି ଏହି ଅବଧି ୩ ବର୍ଷ ଦିଆଯାଇଛି | ଏହାଠାରେ ୫ ଓ ୩ ବର୍ଷ ହେଉଛି ଶେଷ ପ୍ରିମୀୟମ ଦେବା ତାରିଖଠାରୁ ୫ ବର୍ଷ ବା ୩ ବର୍ଷ |

Leave A Reply

Your email address will not be published.