Latest Odisha News

BREAKING NEWS

ଲତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ଜଣାଇଲେ ମଧୁର ଭଣ୍ଡାରକର

ମୁମ୍ବାଇ: ଭାରତର ନାଇଟ ଆଞ୍ଜେଲ ଲତା ମଙ୍ଗେସ୍କରଙ୍କୁ ମୁମ୍ବାଇ ସ୍ଥିତ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭେଟିଛନ୍ତି ଚଳଚିତ୍ର ପ୍ରଯୋଜକ ମଧୁର ଭଣ୍ଡାରକର।

ଲତା ମଙ୍ଗେସ୍କରଙ୍କ ସ୍ୱାସ୍ଥ୍ୟରେ ସୁଧାର ହେଉଛି। ଏ ପର୍ଯ୍ୟନ୍ତ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିବା ଲତାଙ୍କୁ ବୁଧବାର ଆଇସିୟୁକୁ ସ୍ଥାନାନ୍ତରଣ କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥିବାମଧୁରଭଣ୍ଡାରକର ସୋସିଆଲ ମିଡିଆରେ ଅପଡେଟ୍ କରିଛନ୍ତି । ଏହାସହ ସେ ସେ ଲତାଙ୍କୁ ପାଇଁ ଶୁଭକାମନା କରିଥିବା ତାଙ୍କ ଅଗଣତି ଶୁଭେଛୁଙ୍କୁ ଧନ୍ୟବାଦ ଦେଇକହିଛିନ୍ତି, “ଆପଣ ମାନଙ୍କ ଶୁଭକାମନା ପାଇଁ ଲତା ଦିଦିଙ୍କର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି” ।

ସୂଚନାଯୋଗ୍ୟ, ନିଶ୍ୱାସପ୍ରଶ୍ୱାସ ନେବାକୁ କଷ୍ଟ ହେବାରୁ କିଛିଦିନ ତଳେ ଲତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେବେଠାରୁ ସେ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଅଗଣିତ ଫ୍ୟାନସ୍ ଉଦବେଗ ମଧ୍ୟରେ ସମୟ କଟାଉଛନ୍ତି। ତେବେ ଏଥିରେ ମଧୁର ଭଣ୍ଡାରକରଙ୍କ ସୋସିଆଲ ମିଡିଆ ଅପଡେଟ୍ ଅନେକଙ୍କୁ ଆସ୍ୱସ୍ଥ କରିଛି ।

Comments are closed.