ମୁମ୍ବାଇ : ବଲିଉଡ ଆକ୍ଟ୍ରିସ ମାଧୁରୀ ଦିକ୍ସିତ ସବୁବେଳେ କିଛି ନା କିଛି କରି ବେଶ୍ ଚର୍ଚ୍ଚାରେ ଥାନ୍ତି । ନିକଟରେ ମାଧୁରୀ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଭିଡିଓରେ ମାଧୁରୀ ରିତେଶ ଦେଶମୁଖଙ୍କ ସହ ତାଳ ଦେଇ କଚା ବାଦାମ ଗୀତରେ ନାଚୁଥିବା ନଜର ଆସିଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ।ଏହି ଗୀତକୁ ପଶ୍ଚିମବଙ୍ଗର ଜଣେ ସାଧାରଣ ବାଦାମ ବିକାଳୀ ଗାଇଛନ୍ତି । ହେଲେ ଗୀତର ଫ୍ୟାନ ବନିଯାଇଛନ୍ତି ସାଧାରଣ ବର୍ଗ ଠାରୁ ଆରମ୍ଭ କରି ସେଲିବ୍ରେଟି । ଏହି ଗୀତରେ ଅଭିନେତା ରିତେଶଙ୍କ ସହ ଠୁମକା ଲଗାଇଥିଲେ ମାଧୁରୀ ଦିକ୍ସିତ୍ ।
View this post on Instagram
ଏହି ଭିଡିଓକୁ ଏବେ ୧୨ ମିଲିୟନରୁ ଅଧିକ ଲୋକ ଲାଇକ କରିସାରିଲେଣି । ସବୁବେଳେ ମାଧୁରୀଙ୍କ ଡ୍ୟାନ୍ସରେ ଫିଦା ଥିବା ଫ୍ୟାନ ମାନେ ଏଥିରେ ମାଧୁରୀ ଷ୍ଟେପକୁ ଖୁବ୍ ତାରିଫ କରିଛନ୍ତି । ସେପଟେ ଭିଡିଓ ସେୟାର କରିବା ସମୟରେ ମାଧୁରୀ ଲେଖିଛନ୍ତି ଏହି ସୋ ବହୁତ ମଜାଦାର ଥିଲା । ରିତେଶ ଏହି ସୋରେ ସୋମିଲ ହେଇଥିବାରୁ ତାଙ୍କୁ ବହୁତ ବହୁତ ଧନ୍ୟବାଦ । ଏବେ ସୋସିଆଲ ମିଡିଆରେ କଚା ବାଦମ ଗୀତ ଛାଇ ଥିବା ବେଳେ ।ଏହି ଗୀତରେ ନାଚିବାକୁ ଭୁଲୁ ନାହାନ୍ତି ବଲିଉଡର ସେଲିବ୍ରେଟି ମାନେ ।
Comments are closed.