Latest Odisha News

ରଜ କୁଇନ୍‌-୨୦୨୨: ଚାଲିଛି ଅଡିସନ୍‌, ପ୍ରସାରଣ ଖୁବଶୀଘ୍ର

୨୦୨୨ ସିଜିନ୍ ପାଇଁ ଚଳିତମାସ ୩ ତାରିଖରୁ ଓଡିଶାର ଭିନ୍ନଭିନ୍ନ ସ୍ଥାନରେ ଅଡିସନ୍ ଆରମ୍ଭ ହୋଇସାରିଛି

ଭୁବନେଶ୍ୱର: ପ୍ରତିଭା ପ୍ରଦର୍ଶନର ଅନ୍ୟତମ ପ୍ଲାଟଫର୍ମ ତଥା ରିୟାଲିଟି ସୋ’ ରଜ କୁଇନ୍ । ଚଳିତବର୍ଷ ନୂଆ ସିଜିନ୍ ନେଇ ଆସୁଥିବା ଏହି ସୋରେ ଏଥର ନିଶ୍ଚିତ ଭାବେ କିଛି ହଟ୍‌କେ ଦେଖିବାକୁ ମିଳିବ । ତେବେ ୨୦୨୨ ସିଜିନ୍ ପାଇଁ ଚଳିତମାସ ୩ ତାରିଖରୁ ଓଡିଶାର ଭିନ୍ନଭିନ୍ନ ସ୍ଥାନରେ ଅଡିସନ୍ ଆରମ୍ଭ ହୋଇସାରିଛି ।

BjdElectrycity

ଓଡିଶା ଟେଲିଭିଜିନ୍ ଇତିହାସରେ ପ୍ରଥମ ରିୟାଲିଟି ସୋ’ ଭାବେ ଜୀ ସାର୍ଥକରେ ରଜ କୁଇନ୍ ୧୦ ବର୍ଷ ଧରି ଚାଲିଆସିଛି । ପ୍ରତିବର୍ଷ ଏହି ସୋ’ର ଜଜେସ୍ ବଦଳିବା ସହ କିଛି ଭିନ୍ନ କନସେପ୍ଟ ନେଇ ଦର୍ଶକଙ୍କ ସାମ୍ନାକୁ ଆସିଥାଏ । ଚଳିତବର୍ଷ ଅଡିସନ୍ ରାଉଣ୍ଡରେ ତମନ୍ନା, ଦିବ୍ୟା, ସୂର୍ଯ୍ୟମୟୀ, ଶ୍ରୀତମ ଦାସ, ରାକେଶ ଓ ରିଷି ଜଜ୍ ଭୂମିକାରେ ରହି ପ୍ରତିଯୋଗୀଙ୍କ ପ୍ରତିଭାକୁ ଆକଳନ କରିବେ ।

ରଜ କୁଇନ୍ ପାଇଁ ଚଳିତବର୍ଷ ପ୍ରତିଯୋଗୀଙ୍କ ବୟସ ସୀମା ୫ରୁ ୨୫ ବର୍ଷ ରଖାଯାଇଛି । ଅଡିସନ୍ ରାଉଣ୍ଡର ପ୍ରସାରଣ ଅପ୍ରେଲ୍ ୧୮ ତାରିଖଠୁ ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ସଂଧ୍ୟା ୫ଟାରେ ପ୍ରସାରିତ ହେବ ।

 

ଅଡିସନ୍ ସୂଚୀ
କେନ୍ଦ୍ରାପଡା ଓ ପୁରୀ: ଅପ୍ରେଲ୍ ୧୬
କଟକ ଓ ଜଗତସିଂହପୁର: ଅପ୍ରେଲ୍ ୧୭
କେନ୍ଦୁଝର ଓ ସମ୍ବଲପୁର:  ଅପ୍ରେଲ୍ ୩୦
ଅନୁଗୁଳ ଓ ରାଉରକେଲା:  ମେ’ ୧

 

Leave A Reply

Your email address will not be published.