ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ରାଜନୀତିରେ ପ୍ରବେଶ କରିବା ନେଇ ଆଲୋଚନା ଜୋର ଧରିଛି । ଅଭିନୟ ଭାବେ ନିଜ ଦକ୍ଷତା ପ୍ରତିପାଦିତ କରିପାରିବା ପରେ ସେ ଏବେ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି ବୋଲି ଅନୁମାନ କରାଯାଉଛି । ଯେତେଦୂର ସମ୍ଭବ ସେ ଆସନ୍ତା ବର୍ଷ ଲୋକସଭା ନିର୍ବାଚନରେ ବିଜେପି ପକ୍ଷରୁ ଭାଗ୍ୟ ପରୀକ୍ଷା କରିପାରନ୍ତି । ସେ କେଉଁ ଦଳ ପକ୍ଷରୁ ନିର୍ବାଚନ ଲଢ଼ିବେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ମାଧୂରୀ ମଧ୍ୟ ଏ ନେଇ କୌଣସି ବୟାନ ଜାରୀ କରି ନାହାନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ ଅବସରରେ ମାଧୂରୀଙ୍କୁ ମହାରାଷ୍ଟ୍ର ଉପମୂଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ଦେଖିବାକୁ ମିଳିଥିଲା ।
ଏନସିପି ନେତା ପ୍ରଫୁଲ୍ଲ ପଟେଲ ଓ ବିଜେପି ନେତା ଆଶୀଷ ଶେଲାର ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ମାଧୁରୀ ଉତର ମୁମ୍ବାଇରେ ଛିଡା ହେବା ନେଇ କଳ୍ପନା ଜଳ୍ପନା ଚାଲିଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ଉତର-ପଶ୍ଚିମ ମୁମ୍ବାଇ ସିଟରେ ବିଜେପିର ବରିଷ୍ଠ ନେତା ଗୋପାଳ ଶେଟ୍ଟର ବୃହତ ବ୍ୟବଧାନରେ ଉର୍ମିଳା ମାତଣ୍ଡେକରଙ୍କୁ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ସାଂସଦ ହୋଇଥିଲେ ।
Comments are closed.