Latest Odisha News

BREAKING NEWS

ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଲେ ମଧୁସୂଦନ ପାଢ଼ୀ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଲେ ମଧୁସୂଦନ ପାଢ଼ୀ। ଭୁବନେଶ୍ୱର ତୋଷାଳି ଭବନରେ ଥିବା କାର୍ଯ୍ୟାଳୟରେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ମଧୁସୂଦନ ପାଢ଼ୀ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରଛନ୍ତି।

ପୂର୍ବତନ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଦାୟିତ୍ବ ନେବା ପରେ ମଧୁସୂଦନ ପାଢ଼ୀ ରଖିଛନ୍ତି ନିଜର ପ୍ରତିକ୍ରିୟା। ୨୦୨୭ରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନକୁ ସୁରୁଖୁରରେ ସମାପନ କରିବା ତାଙ୍କ ପାଇଁ ଗୁରୁ ଦାୟିତ୍ୱ ବୋଲି କହିଛନ୍ତି ନୂଆ କମିଶନର ମଧୁସୂଦନ ପାଢ଼ୀ।

ଆଦିତ୍ୟ ପାଢ଼ୀଙ୍କ ଅବସର ପରେ ଖାଲି ପଡ଼ିଥିଲା ରାଜ୍ୟ ନିର୍ବାଚନ କମିଶନର ପଦ। ରାଜ୍ୟ ସରକାରଙ୍କ ପକ୍ଷରୁ ମଧୁସୂଦନ ପାଢ଼ୀଙ୍କୁ ଏହି ପଦରେ ନିଯୁକ୍ତି ପ୍ରଦାନ କରାଯାଇଛି। ତେବେ ମଧୁସୂଦନ ପାଢ଼ୀ ହେଉଛନ୍ତି ୧୯୯୧-ବ୍ୟାଚ୍ ଓଡିଶା କ୍ୟାଡରର ଆଇଏଏସ୍ ଅଧିକାରୀ । ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବା ପରେ ପ୍ରଥମେ ସେ କନ୍ଧମାଳ ଜିଲ୍ଲା ବାଲିଗୁଡାର ସବ୍ କଲେକ୍ଟର ଭାବରେ କାର୍ଯ୍ୟ କରିଥିଲେ । ପରେ ପ୍ରୋଜେକ୍ଟ ନିର୍ଦ୍ଦେଶକ, ଡିଆରଡିଏ, ମୟୂରଭଞ୍ଜ ପରେ ବିଭିନ୍ନ ବିଭାଗର ସଚିବ ଥିଲେ ।

Comments are closed.