Latest Odisha News

BREAKING NEWS

ମା’ ସରସ୍ଵତୀଙ୍କ ଦିବ୍ୟ ମନ୍ଦିର ଧାର ଭୋଜଶାଳା, ଦୀର୍ଘ ୧୨୧ବର୍ଷ ପରେ ଆରମ୍ଭ ହେଲା ଏସଆଇ ସର୍ଭେ, ଜାଣନ୍ତୁ କାହିଁକି

ଭୋପାଲ: ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ଖଣ୍ଡପୀଠର ଆଦେଶ ପରେ, ଧାର ଭୋଜଶାଳାରେ ଏସ୍‌ଆଇ ଟିମର ସର୍ଭେ ଆଜିଠାରୁ ଆରମ୍ଭ ହୋଇଛି । ଯାହାଦ୍ୱାରା ଭୋଜଶାଳା ପରିସରରେ କେଉଁ ପ୍ରକାରର ପ୍ରତୀକ ଏବଂ ସ୍ଥାପତ୍ୟ ଶୈଳୀ ଅଛି ତାହା ପ୍ରକାଶ କରାଯାଇପାରିବ । ଏହି ପ୍ରସଙ୍ଗରେ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚର ଆଦେଶ ବିରୋଧରେ ମୌଲାନା କମଲୁଦ୍ଦିନ ୱେଲଫେୟାର ସୋସାଇଟି ମଧ୍ୟପ୍ରଦେଶ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ତ ହୋଇଛି । ହିନ୍ଦୁ ଫ୍ରଣ୍ଟ୍‌ ଫର୍‌ ଜଷ୍ଟିସ ଏହାର ଆବେଦନରେ ଦାବି କରିଥିଲେ ଯେ, ଭୋଜଶାଳାରେ ମୁସଲମାନମାନଙ୍କ ନମାଜ ପାଠ ବନ୍ଦ କରାଯାଉ ଏବଂ ହିନ୍ଦୁମାନଙ୍କୁ ନିୟମିତ ପୂଜା କରିବାର ଅଧିକାର ଦିଆଯାଉ । ଏହି ଆବେଦନ ଶୁଣାଣି ବେଳେ ହାଇକୋର୍ଟ ଏଏସ୍‌ଆଇକୁ ବୈଜ୍ଞାନିକ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହି ଆଧାରରେ ଆଜିଠାରୁ ଦାର ଭୋଜଶାଳାରେ ଏଏସଆଇ ସର୍ଭେ ଆରମ୍ଭ ହୋଇଛି । ତେବେ କଣ ଏହି ଧାର ଭୋଜଶାଳା ବିବାଦ? ଆସନ୍ତୁ ଜାଣିବା…

ମଧ୍ୟପ୍ରଦେଶର ଧାରରେ ଏକ ହଜାର ବର୍ଷ ପୂର୍ବେ ପରମାର ରାଜବଂଶର ଶାସନ ଚାଲୁଥିଲା । ରାଜା ଭୋଜ ୧୦୦୦ ରୁ ୧୦୫୫ ପର୍ଯ୍ୟନ୍ତ ଏଠାରେ ଶାସନ କରିଥିଲେ। ରାଜା ଭୋଜ ଭାଗଦେବୀ ଅର୍ଥାତ୍ ମାତା ସରସ୍ୱତୀଙ୍କ ଉପାସକ ଥିଲେ। ସେ ୧୦୩୪ ମସିହାରେ ଧାରେ ମହାବିଦ୍ୟାଳୟର ସ୍ଥାପନା କରିଥିଲେ । ପରେ ଏହି ମହାବିଦ୍ୟାଳୟ ଭୋଜଶାଳା ନାମରେ ପରିଚିତ ହେଲା । ଛାତ୍ରମାନେ ଏହି କଲେଜରେ ଅଧ୍ୟୟନ କରିବା ପାଇଁ ଦୂରଦୂରାନ୍ତରୁ ଆସୁଥିଲେ | ରାଜା ଭୋଜ ମଧ୍ୟ ଏହି କଲେଜରେ ଦେବୀ ସରସ୍ୱତୀଙ୍କ ଏକ ଦିବ୍ୟ ମନ୍ଦିର ନିର୍ମାଣ କରିଥିଲେ।

କୁହାଯାଏ ଯେ ପରେ ମୁସଲମାନମାନେ ଏହି ମନ୍ଦିରରେ ମୌଲାନା କମଲୁଦ୍ଦିନଙ୍କ ସମାଧି ନିର୍ମାଣ କରିଥିଲେ । ଆଜି ବି ଭୋଜଶାଳାରେ ଅନେକ ଦେବାଦେବୀଙ୍କ ଚିତ୍ର ରହିଛି । କେବଳ ଏତିକି ନୁହେଁ କୁହାଯାଏ ଯେ ଏହାର କାନ୍ଥ ବାଡରେ ସଂସ୍କୃତରେ ଅନେକ ଶ୍ଲୋକ ଲେଖାଯାଇଛି । କୁହାଯାଏ ଯେ ୧୮୭୫ ମସିହାରେ ଏହି ସ୍ଥାନରେ ଖନନ କରାଯାଇଥିଲା ଯେଉଁଥିରେ ମାତା ସରସ୍ୱତୀଙ୍କ ଏକ ପ୍ରତିମୂର୍ତ୍ତି ମଧ୍ୟ ମିଳିଥିଲା। ବ୍ରିଟିଶ ମେଜର କିନକେଡ଼ ଏହି ପ୍ରତିମୂର୍ତ୍ତିକୁ ଲଣ୍ଡନ ନେଇଥିଲେ। ବର୍ତ୍ତମାନ ଦେବୀ ସରସ୍ୱତୀଙ୍କ ସେହି ପ୍ରତିମୂର୍ତ୍ତିକୁ ଲଣ୍ଡନ ସଂଗ୍ରହାଳୟରେ ରଖାଯାଇଛି। ଭୋଜଶାଳା ଉପରେ ଅଧିକାର ସମ୍ପର୍କରେ ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ଏହି ପ୍ରତିମୂର୍ତ୍ତିକୁ ଲଣ୍ଡନରୁ ଫେରାଇ ଆଣିବାକୁ ମଧ୍ୟ ଦାବି କରାଯାଇଛି।

ଭୋଜଶାଳା ସରସ୍ୱତୀ ମନ୍ଦିରର ସର୍ଭେ ହୋଇସାରିଛି। ୧୯୦୨-୦୩ ମସିହାରେ, ASI ଭୋଜଶାଳା ପରିସରରେ ଖନନ କରିଥିଲା । ବର୍ତ୍ତମାନ ୧୨୧ ବର୍ଷ ପରେ, ASI ଭୋଜଶାଳାର ୫୦ ମିଟର ଅଞ୍ଚଳରେ ଅତ୍ୟାଧୁନିକ କୌଶଳ ସହିତ ପୁନର୍ବାର ଅନୁସନ୍ଧାନ କରିବ । କହିରଖୁଛୁ ଯେ, ପୂର୍ବ ଅନୁସନ୍ଧାନ ରିପୋର୍ଟରେ ଯେଉଁ ଫଟୋ ଲାଗିଥିଲା ସେଥିରେ ଭଗବାନ ବିଷ୍ଣୁ ଏବଂ ପଦ୍ମ ଫୁଲ ଥିବା ଦେଖିବାକୁ ମିଳିଥିଲା । ହିନ୍ଦୁ ଧର୍ମରେ ପଦ୍ମ ଫୁଲ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ ।

Leave A Reply

Your email address will not be published.