Latest Odisha News

ମଧ୍ୟପ୍ରଦେଶର ମୋଗଲୀ ଛାତ୍ର, କଲେଜରେ ପିନ୍ଧୁ ନାହାନ୍ତି ସମ୍ପୂର୍ଣ୍ଣ ପୋଷାକ

ମୋଗଲୀ କାହାଣୀ ବିଷୟରେ କିଏ ବା ନ ଜାଣେ । ପେଂଚ ଜଙ୍ଗଲରେ ମିଳିଥିବା ଏକ ପିଲା ଉପରେ ରୁଡୟାର୍ଡ କିପଲିଙ୍ଗ ଜଙ୍ଗଲ ବୁକ ଲେଖିଥିଲେ । ଏହା ଉପରେ ହଲିଉଡରେ ଫିଲ୍ମ ବି ନିର୍ମିତ ହୋଇସାରିଛି । ମଧ୍ୟପ୍ରଦେଶର ବଡବାନୀ କଲେଜରେ ପାଠ ପଢ଼ୁଥିବା ମୋଗଲୀ ବୟ ଏବେ ଚର୍ଚ୍ଚାରେ । ସେ ମୋଗଲୀ ଜଙ୍ଗଲରେ ବୁଲୁଥିବା ବେଳେ କହ୍ନେୟା ଅବାସ୍ୟା ନାମକ ଏହି ମୋଗଲୀ ଭଲ ପାଠ ପଢ଼ୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ପୋଷାକ ପିନ୍ଧୁ ନାହାନ୍ତି । ସେ ଚଡି ଏବଂ ଟାୱେଲ ପକାଇ ସବୁ କିଛି କରୁଛନ୍ତି, ଏପରିକି ସେହି ବେଶରେ କଲେଜ ବି ଯାଉଛନ୍ତି । ଯେତେ ଯିଏ ବୁଝାଇଲେ ବି ସେ ମାନୁ ନାହାନ୍ତି । ଆଉ ବେଶୀ ବାଧ୍ୟ କରାଇଲେ ଅଭିମାନରେ ୨/୩ ଦିନ କଥା ହେବା ବନ୍ଦ କରି ଦେଉଛନ୍ତି । ତାଙ୍କୁ କିନ୍ତୁ କଲେଜରେ ସାରଙ୍କଠାରୁ ଆରମ୍ଭ କରି ସାଙ୍ଗମାନେ ସହଯୋଗ କରୁଛନ୍ତି । ଯଦି ବି କିଏ ତାଙ୍କୁ ବାଧ୍ୟ କରି ସାର୍ଟ, ପ୍ୟାଂଟ ପିନ୍ଧାଇ ଦେଉଛି, ସେ ତାକୁ ଫୋପାଡି ଦେଇ ପଳାଇ ଯାଉଛନ୍ତି । ପାଠପଢ଼ା ଆରମ୍ଭରେ ଚଡି ଆଉ ଏବେ ଯୁବକ ଅବସ୍ଥାରେ ପଂହଚିଥିଲେ ମଧ୍ୟ ତାଙ୍କ ପୋଷାକରେ କିଛି ପରିବର୍ତନ ହୋଇନି । କହ୍ନେୟାର ମାଆଙ୍କ କହିବା ଅନୁସାରେ ତାଙ୍କୁ ଯେତେବେଳେ ୫ ବର୍ଷ ହୋଇଥିଲା ଯେବେ ବି ପୋଷାକ ପିନ୍ଧାଉଥିଲେ ସେ କାଢ଼ି ପକାଉଥିଲା । ସମୟ ଗଡି ଚାଲିଲା । ସ୍କୁଲ ଗଲେ ତାର ସ୍ୱଭାବରେ ପରିଣତ ହୋଇଯିବ ବୋଲି ଆଶା କରିଥିଲୁ । ମାତ୍ର ସେଭଳି କିଛି ହେଲାନି ।

ଯେ ହେତୁ ଭଲ ପାଠ ପଢ଼ୁଥିଲା ଶିକ୍ଷକମାନେ ବିଶେଷ ବିରୋଧ କରି ନ ଥିଲେ । ବିନା ୟୁନିଫର୍ମରେ ତାଙ୍କୁ ସ୍କୁଲ ଯିବା ପାଇଁ ସ୍ୱତନ୍ତ୍ର ଭାବେ ଅନୁମତି ଦିଆ ଯାଇଥିଲା । ୧୦ମ ଶ୍ରେଣୀରେ  ଚଡି ଏବଂ ଗାମୁଛାରେ ପାଠ ପଢ଼ିବା ପାଇଁ ପରିବାର ଏବଂ ସ୍କୁଲ ଶିକ୍ଷକଙ୍କୁ ଜିଲ୍ଲାପାଳଙ୍କଠାରୁ ଅନୁମତି ଆଣିବାକୁ ପଡିଥିଲା । ଏବେ ସେ ଏଗ୍ରିକଲଚର ଉପରେ ପାଠ ପଢ଼ୁଛନ୍ତି । କହ୍ନେୟାର ଅକ୍ଷର ଏବଂ ଭାଷା କହିବା ଶୈଳୀ ଅତି ମଧୂର । ସେ କଲେଜ ଯିବା ପୂର୍ବରୁ ଏବଂ ଆସିବା ପରେ ଛେଳିମାନଙ୍କୁ ଚରେଇବାକୁ ନିଏ । ସେମାନେ ତାର ଅତି ନିଜର । ସେ ଚମତ୍କାର କବାଡି ମଧ୍ୟ ଖେଳେ ।

ଖାଦ୍ୟରେ କେବଳ କ୍ଷୀର ଏବଂ ରୋଟି ସେ ଖାଇଥାଏ । ଅନ୍ୟ କୌଣସି ଖାଦ୍ୟ ଦେଲେ ନ ଖାଇ ଉଠି ପଳାଇଥାଏ । ଯଦି ବି କିଏ ତାହାର ଫଟୋ ଉଠାଏ ତାହାହେଲେ ସେ ତାକୁ ଡିଲିଟ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥାଏ । କହ୍ନେୟାର ଆଉ ଜଣେ ଭାଇ ସାଧାରଣ ପିଲାଙ୍କ ପରି ଜିନ ପ୍ୟାଂଟ ଏବଂ ଶାର୍ଟ ପିନ୍ଧି ସ୍କୁଲ ଯାଇଥାନ୍ତି । ମାଆଙ୍କୁ ଯେତେବେଳେ ବାହାଘର କଥା ପଚରାଗଲା ଯେ ମନ ଦୁଃଖରେ କହିଲେ… ସବୁ ଠିକ ଅଛି ଯେ, ପୋଷାକ ପିନ୍ଧୁନି ତାକୁ କିଏ ବାହା ହେବ ।

Comments are closed.